କଟକ, ୧୭/୪/୨୬ (ସନ୍ଧାନ ନ୍ୟୁଜ): କଟକ ଜିଲ୍ଲା ଯାଦବ ମହାସଭା ଆନୁକୂଲ୍ୟରେ ବାର୍ଷିକ ଲଉଡ଼ି ନୃତ୍ୟ ମହୋତ୍ସବ ପୋତାପୋଖରୀ ସ୍ଥିତ ନେତାଜୀ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ମୋଟ ୧୫ ଗୋଟି ଲଉଡ଼ି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା,ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°.ପ୍ରଦୀପ ବେହେରା,ଉତ୍କଳ ଯାଦବ ମହାସଭା ସମ୍ପାଦକ ସୁବୋଧ ବେହେରା, ନନ୍ଦଲାଲ ସିଂ,ପ୍ରସାଦ ଦାସ,ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା,କଟକ ଜିଲ୍ଲା ଯାଦବ ମହାସଭା ସଭାପତି ସମର ବେହେରା,ସମ୍ପାଦକ ତୀର୍ଥବାସୀ ବେହେରା,ଯୁବ ସଭାପତି କର୍ପୋରେଟର ଜନାର୍ଦ୍ଦନ ପରିଡା ସମ୍ପାଦକ ପ୍ରୀତିରଞ୍ଜନ କାଠୁଆ,ରାଧାକୃଷ୍ଣ ମନ୍ଦିର କମିଟି ପ୍ରତିନିଧି ପ୍ରତାପ ଦାସ,ପ୍ରଭାତ ବେହେରା, କଟକ ସଦର ସଭାପତି ବିନୋଦ ବେହେରା,୪୨ ମୌଜା ସମ୍ପାଦକ ପ୍ରସନ୍ନ ବେହେରା,ବାଙ୍କୀ ବ୍ଲକ ସଭାପତି ଆର୍ତବନ୍ଧୁ ଦାସ,ସାଲେପୁର ବ୍ଲକ ସଭାପତି ଅନନ୍ତ ଗୋପାଳ ଦାସ, ଚୌଦ୍ୱାର ବ୍ଲକ ସଭାପତି ସୁରେନ ବେହେରା ଓ ଆଠଗଡ ବ୍ଲକ ସଭାପତି ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଲଉଡ଼ି ଦଳର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଘନଶ୍ୟାମ ବେହେରା, ପ୍ରେମାନନ୍ଦ ବେହେରା, ହିମାଂଶୁ ବେହେରା,ଭାଗ୍ୟରଥୀ ବେହେରା, ଆଶିଷ ବେହେରା,ଲକ୍ଷ୍ମୀଧର ବେହେରା, ଦେବରାଜ ବେହେରା,ଅଜୟ ବେହେରା, ପ୍ରଶାନ୍ତ କୁମାର ଦାସ,ମନୋରମା ପ୍ରଧାନ, ସୁଦାନ ବେହେରା,ଶିବ ପ୍ରସାଦ ବେହେରା,ଅଭିରାମ ବେହେରା, ତ୍ରିଲୋଚନ ନାୟକ,ସଞ୍ଜୟ ପ୍ରଧାନ, ଧରଣୀଧର ଓ ଶରତ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କଟକ ଜିଲ୍ଲା ସମ୍ପାଦକ ତୀର୍ଥବାସୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
କଟକ ଜିଲ୍ଲା ଯାଦବ ମହାସଭାର ବାର୍ଷିକ ଲଉଡ଼ି ନୃତ୍ୟ ମହୋତ୍ସବ ।
|
April 17, 2026 |



