ଅନ୍ଧାର ରେ ବିତାଉଛନ୍ତି ବଘୀଆବେର୍ଣ୍ଣି (କରୁଆ ବାହାଲ )ଗ୍ରାମବାସି,ବିଦ୍ୟୁତ ଟ୍ରାସଫର୍ମା ଖରାପ

Spread the love

ସୁନ୍ଦରଗଡ଼ ତା:୧୬-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଏକ ମାସ ହେବାକୁ ଯାଉଛି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିନା ଅନ୍ଧାର ରେ ରହିଛନ୍ତି ବଘୀଆବେର୍ଣ୍ଣି (କରୁଆ ବାହାଲ )ଗ୍ରାମବାସି l ଏଠାରେ ଲାଗିଥିବା ଟ୍ରାସଫର୍ମା ଖରାପ ହୋଇଥିବା ନେଇ ଅନେକ ଥର ଏଠାକାର ଗ୍ରାମବାସି ବାରମ୍ବାର ସବଡେଗା ବିଦ୍ୟୁତ ବିଭାଗ ସବଷ୍ଟେସନ କୁ ଯାଇ ସୂଚନା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସି କହିଛନ୍ତି l ଅନ୍ଧାର ରେ ପଢା ପିଲାମାନେ ପାଠ ପଢି ପାରୁ ନାହାନ୍ତି l ବର୍ଷା ଦିନ ହୋଇଥିବା ବେଳେ ଅନ୍ଧାର ରାତି ରେ ବିଭିନ୍ନ ପ୍ରକାର ସରୀସୃପ ଭୟ ଅଞ୍ଚଳ ରେ ଦେଖିବାକୁ ମିଳିଥିବା ଗ୍ରାମବାସି କହିଛନ୍ତି l ଅତି ଶୀଘ୍ର ଏଠାରେ ବିଦ୍ୟୁତ ଆଲୁଅ ର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସି ଦାବି କରିଛନ୍ତି l

Related Posts

About The Author

Add Comment