ୟୁଜେଏ ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

Spread the love

ଯାଜପୁର,ସନ୍ଧାନ ନ୍ୟୁଜ: ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଯାଜପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦିନ ଯାଜପୁର ଠାରେ ଅନୁଷ୍ଠିତ ହୋଇଥିଲା! ଜିଲ୍ଲା ସଭାପତି ହରିହର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ,ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଅତିଥିଭାବେ ଯୋଗଦେଇ ସଂଘର କାର୍ଯ୍ୟଧାରାକୁ ଗତିଶୀଳ କରିବା ସହ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମତ ଦେଇଥିଲେ! ଆଗାମୀ ୧୧ ତାରିଖରେ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା!ସଭା ଆରମ୍ଭରେ ସଂଘର ଦିବଙ୍ଗତ ବରିଷ୍ଠ ସଭ୍ୟ ରବିନାରାୟଣ ରଣାଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା! ବାର୍ଷିକ ଉତ୍ସବ  ଅବସରରେ ଏକ ଆଲୋଚନା ଚକ୍ର ଆୟୋଜନ ପାଇଁ ସ୍ଥିର ହେବା ସହିତ ସଂଘର ପ୍ରତି ବ୍ଳକରେ ଥିବା କୋ ଅଡିନେଟର ମାନଙ୍କୁ ଏଥିନେଇ ଦାୟିତ୍ୱ ଦିଆଯାଇଥିଲା! ଉକ୍ତ ସଭାରେ ଜିଲ୍ଲା ସମ୍ପାଦକ ପିତବାସ ଭୂୟାଁ ସୂଚନା ପ୍ରଦାନ କରିଥିଲା ବେଳେ ସଂଘ ଉପଦେଷ୍ଟା ଆନନ୍ଦଚନ୍ଦ୍ର ସାହୁ,ବିଶ୍ୱନାଥ ପଣ୍ଡା,ରଙ୍ଗବଲ୍ଲଭ ସାହୁ,କଳ୍ପତରୁ ପଣ୍ଡା,ଶୁବାଷିଶ ରାଉତ,ଭରତ ନିୟକ,ସଂଜୟ କର,ବାଞ୍ଛାନିଧି ସାହୁ,ବିଦ୍ୟାଧର ବେହେରା,ଦିବ୍ୟକାନ୍ତ କର,ମନୋଜ ନାୟକ,ଲିଙ୍ଗରାଜ ସାହୁ, ଅଜୟ ମିଶ୍ର,ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ!ଶେଷରେ ପ୍ରଦୀପ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ!

Related Posts

About The Author

Add Comment