ହୀତାଧିକାରୀ ନିଖୋଜ: ବିଜୁ ପକ୍କାଘର କରିବା ପାଇଁ ସ୍ତ୍ରୀ ହନ୍ତସନ୍ତ

Spread the love

ଗଡମଧୁପୁର,୨୯ ।୪ (ଆପ୍ର):

ଜେନାପୁର ଥାନା ଅଧିନ ମଧୁପୁର ଗଡ ଗ୍ରାମପଞ୍ଚାୟତ ମଧୁପୁରଗଡ ଗ୍ରାମର ପ୍ରାଣବଂଧୁ ଦାସ ନିଖୋଜ ହେବାର ଚଢେଇଧରା ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡିଛି । ପ୍ରାଣବଂଧୁଙ୍କ ସ୍ତ୍ରୀ ପାସୋରୀ ଦାସ କହିବା ଅନୁଯାୟୀ ଗତ ୧୯ ତାରିଖ ସଖାଳୁ ଘରେ ଖାଇବା ପରେ ନିକଟସ୍ଥ ବରଡାଛକକୁ ଯାଇଥିଲେ । ଯାହାକି ଆଜିଯାଏ ପ୍ରାଣବଂଧୁଙ୍କର ପର୍ତ୍ତା ମିଳୁନାହିଁ । ଏହି ସମ୍ବନ୍ଧିୟ ଘଟଣା ନିକଟସ୍ଥ ଚଡେଇଧରା ଫାଣ୍ଡି ଅଫିସର ସୁଧିର କୁମାର ରାଉତରାୟଙ୍କୁ ଲିଖିତ ଅଭିଯୋଗ ହୋଇଅଛି । ବହୁ ଦୂଦୀନ ଅବସ୍ଥାରେ ରହିଥିବା ପ୍ରାଣବଂଧୁ ଦାସଙ୍କୁ ସରକାଙ୍କ ତରଫରୁ ଏକ ବିଜୁପକ୍କାଘର ନିର୍ମାଣ ନିର୍ମିତ ଏକ ଆଦେଶନାମା ଦିଆଯାଇଛି । ଯାହାକି ପ୍ରଥମ ଫାଉଣ୍ଡେସନ୍ ପରେ ପରେ ଦାସକୁଆଡେ ନିଖୋଜ ହୋଇଥିବାରୁ ଏଘର କରିବା ନିମିତ ସ୍ତ୍ରୀ ପାସୋରୀ ଦାସ କୌଣସି ସହଯୋଗ ନପାଇବାରୁ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଏବଂ ପୁଲିସ ଖୋଜିବାରେ ଜାରି ରହିଛି ବୋଲି ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି ।

Related Posts

About The Author

Add Comment