ସୁନ୍ଦରଗଡ଼, ତା:୨୨/୯/୨୪ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଭାରତ ସରକାର ସାରା ଦେଶ ରେ ହର ଘର ନଳ, ହର ଘର ଜଳ ମାଧ୍ୟମ ରେ କାମ କରାଉଥିବା ବେଳେ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଂଚାୟତ ତଲସରା ନୁଆଁ ଡ଼ିହି ଠାରେ ଜଳ ଜୀବନ ମିଶନ (ୱାଟର ସପ୍ଲାଏ )ତରଫରୁ ଏକ ଉଠା ଜଳ ର ପ୍ରକଳ୍ପରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।ଗ୍ରାମ ର ସବୁ ଜାଗାରେ ପାଣି ପାଇପ ଲାଗିଥିବା ବେଳେ ଏହି ଉଠା ଜଳ ପ୍ରକଳ୍ପର ଟାଙ୍କି ଆଜି ପର୍ଯ୍ୟନ୍ତ ତିଆରି ହୋଇ ପାରି ନି l ବର୍ଷା ଦିନରେ ଅଞ୍ଚଳରେ ପାଣିର ଅଭାବ ରହୁଥିବା ବେଳେ ଗ୍ରୀଷ୍ମ ଦିନରେ କଣ ଅବସ୍ଥା ହୋଇପାରେ ତାହା ଅନୁମାନ କରାଯାଇ ପାରେ l ଖରା ଦିନ ର କଥା ତ ନ କହିଲେ ଭଲ l ଅଞ୍ଚଳବାସି ମୌଳିକ ଅଧିକାରରୁ ବଞ୍ଚିତ ରହୁଥିବା ବେଳେ ଜନ ପ୍ରତିନିଧି ସହିତ ସରକାରୀ କତୃପକ୍ଷ ନୀରବ ରହିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାରେ ଲାଗିଛି । ପ୍ରତିଟି ଯୋଜନାରେ ସରକାରଙ୍କ ଠିକାଦାର ପୋଷାନିତି ଅବଲମ୍ୱନ କରୁଥିବା କାରଣରୁ ଜନ ସାଧାରଣରେ କ୍ଷୋଭ ବଢିବାରେ ଲାଗିଛି ।ଏଥିପାଇଁ ଗ୍ରାମବାସି ଏହି ପ୍ରକଳ୍ପ କୁ ଅତି ଶୀଘ୍ର କାର୍ଯ୍ୟ ଶେଷ କରିବାପାଇଁ ସରକାରଙ୍କୁ ଦାବି ଜଣାଇଛନ୍ତି ।
ହର ଘର ନଳ ପ୍ରକଳ୍ପରେ ବ୍ୟତିକ୍ରମ ଦେଖିବାକୁ ମିଳିଛି
|
September 23, 2024 |