ଗ୍ୟାସ ଟାଙ୍କି ଫାଟିଯିବାରୁ ଭୟା ଭୟ ଅଗ୍ନିକାଣ୍ଡ ଘଟିବାରୁ ବାପ ଓ ମା ଏବଂ ବଡବାପା ଗୁରୁତ୍ୱର ଥିବା ଜଣା ଯାଇଛି ଘଟଣାରୁ ପ୍ରକାଶ ଯେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅରାବଳ ପଞ୍ଚାୟତର 10 ନମ୍ବର ୱାର୍ଡ ଦଳିତ ସାହିରେ ଗ୍ୟାସ ଖୋଲି ଚା କରୁଥିବାବେଳେ ଗ୍ୟାସ ଲିକ ହେବାରୁ ଭୟା ଭୟ ଅଗ୍ନିକାଣ୍ଡ ଘଟିବାରୁ ତିଲ୍ଲୋତମା ମଲ୍ଲିକ ଓ ଅଭିରାମ ମଲ୍ଲିକପୋଡିଯିବା ସହିତ ତାଙ୍କ କୁନି ଝିଅ ପପାଲୀ ମଲ୍ଲିକ ବୟସ ୪ ମୃତ୍ୟୁ ଘଟିଥିଲା ଓ ତାଙ୍କର ପରିବାର ର ସଦସ୍ୟ ମାନେ ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିଲେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ମେଡିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିବେଳେ ଅଭିରାମ ଏବଂ ତିଲ୍ଲୋତମ୍ମାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଖବରପାଇ ଧର୍ମଶାଳା ଥାନା ପୋଲିସ ଏବଂ କୋତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ସବକୁ ଜବତ କରିବା ସହିତ ପୋଷ୍ଟ ମଟମ ପାଇଁ ମେଡିକାଲ କୁ ପଠାଇଥିଲେ ଅରାବେଳେ ପଂଚାୟତର ସରପଞ୍ଚ ଦିପ୍ତିମୟୀ ସେଠି ଘଟଣା ସ୍ଥଳରେ ପହଂଚି ପରିବାରକୁ ସ୍ୱନ୍ତାନା ଦେବା ସହିତ ଶ୍ରୀମତୀ ସେଠି ଏ ନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ଅଗ୍ନିକାଣ୍ଡରେ ଘରର ସମସ୍ତ ଜିନିଷ ପୋଡିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ଅଗ୍ନିକାଣ୍ଡରେ ପୋଡ଼ିଯାଇଥିବା ଦେଖାଯାଇଛି ଏଠାରେ ସୂଚନାଯୋଗ୍ୟ ଯେ ଗ୍ୟାସ ପାଇପ ଲିକ ଥିବା ଅନୁମାନ କରାଯାଉଛି ରିପୋର୍ଟ ଲେଖାହେଲା ବେଳକୁ କୁନି ଝିଅ ପପାଲୀର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଓ ମା କଟକ ମେଡିକାଲ ରେ ଚିକିସ୍ଥିତ ହେଉଛନ୍ତି ଅଗ୍ନିକାଣ୍ଡ ପରିବାରକୁ ସରକାରୀ ସହାୟତା ମିଳିନଥିବା ଜଣାଯାଇଛି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପହଂଚି ନଥିବା ସୂଚନା ମିଳିଛି
ଅଗ୍ନିକାଣ୍ଡ ଘଟିବାରୁ ଜଣେ ମୃତ ଓ ୩ ଜଣଙ୍କ ଅବସ୍ଥା ଗୁରୁତର
|
October 13, 2026 |



