ବାରିପଦା,09/10(ସନ୍ଧାନ ନ୍ୟୁଜ୍) :- ମୟୂରଭଞ୍ଜ ଜିଲ୍ଲା ଦୌରାଜର୍ଜ ଏଆର ବହିଦାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ଦଶହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ଏକ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ସୂଚନା ମୁତାବକ ବଡ଼ସାହି ଥାନା ଅନ୍ତର୍ଗତ ନରଣଖୁଣ୍ଟା ଗ୍ରାମର ଶିବ ଶଙ୍କର ମାଝି ତା ୩୦/୧/୨୦୧୭ ରିଖରେ ବଡ଼ସାହି ଥାନାରେ ସ୍ତ୍ରୀ ଦୁଲାରି ମାଝି ଉକ୍ତ ଗ୍ରାମର ନିମାଇଁ ସିଂ ଘରକୁ ଗୋବର ଆଣିବାକୁ ଯାଇଥିବା ବେଳେ ଦୁଲାରୀ ମାଝିକୁ କେହିଜଣେ ହତ୍ୟା କରି ମୁମୂର୍ଷ ଅବସ୍ଥାରେ ତାଙ୍କ ନିଜଘର ସମ୍ମୁଖରେ ପକାଇ ଦେଇ ପଳାଇ ଯାଇଥିଲା। ଖବର ପାଇ ଶିବ ଶଙ୍କର ମାଝି ଘରକୁ ଆସି ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡି ଛଟପଟ ହେଉଥିବା ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଦୁଲାରୀର ମୃତ୍ୟୁ ଘଟିଥିଲା ବୋଲି ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏବାବଦରେ ଏକ ହତ୍ୟା ମାମଲା ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ମୂଳେ ରୁଜୁ କରି ତଦନ୍ତ ପୂର୍ବକ ଚାର୍ଲସିଟ୍ ଦାଖଲ କରିଥିଲେ । ମାମଲାରେ ମୟୁରଭଞ୍ଜ ଜିଲ୍ଲା ଦୌରାଜର୍ଜ ଏଆରୁ ବହିଦାର ବିଚାର କରି ଆଇ- ୱିନେସ ସହିତ ମୋଟ ୭ଜଣ ସାକ୍ଷୀଙ୍କ ବୟାନ ଶୁଣି ଅଭିଯୁକ୍ତ ରୁହିଆ ମାଝିକୁ ଆଜୀବନ କାରାଦଣ୍ଡ ସହିତ ଦଶହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ମାମଲାକୁ ଅଭିଯୋଗକାରୀଙ୍କ ତରପରୁ ସରକାରୀ ଓକିଲ ଲଢୁଥିବା ବେଳେ ଅଭିଯୁକ୍ତଙ୍କ ତରଫରୁ ଓକିଲ ମୃତ୍ୟୁଞ୍ଜୟ ସିଂହ ଲଢୁଥିବା କୁହାଯାଇଛି।
ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
|
October 11, 2020 |
