ସୁନ୍ଦରଗଡ଼ ତା:୧୩-୦୬-୨୦୨୫ ରିଖ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ସବୁ ଜାତି ନିଜ ନିଜ ସମାଜ କୁ ଏକତା କରି ସଂଗଠନ କୁ ସବୁ ଦିଗ ରେ ସମାଜ କୁ ଉଚିତ ଦିଗଦର୍ଶନ ଦେଇ ଆଗକୁ ବଢ଼ାଇ ଚାଲିଛନ୍ତି l ସେ ଭିତରୁ ଜିଲ୍ଲା ଲକ୍ଷେ ଘର ସମାଜ ଅନ୍ୟତମ ଅଟେ l ଜିଲ୍ଲା ଲକ୍ଷେ ଘର ସମାଜ କୁ ଏକତା ର ବନ୍ଧନ ରେ ବାନ୍ଧି ସାମାଜିକ ନୀତି ନିୟମ ପ୍ରସ୍ତୁତ କରି ଉଚିତ ରୀତି ନୀତି ରେ ସମାଜ କୁ ଆଗେଇ ବଢାଇବା ପାଇଁ ଜଣେ ମହାପୁରୁଷ ଆମ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତୁମଳିଆ ପଞ୍ଚାୟତ ର ଭଣ୍ଡାରୀ ଶଙ୍କରା ରେ 1946ମସିହା ଜାନୁଆରୀ 1ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ l ସେ ହେଲେ ସ୍ବର୍ଗତ ଉଜ୍ଜଳ ତନ୍ତୀ ଅଟନ୍ତି l ସେ ଶାନ୍ତ, ବିଦ୍ୟାନ ସମାଜ ପ୍ରେମୀ ବ୍ୟକ୍ତି ଥିଲେ l ସେ ପାଠ ପଢି ସାରି କୃଷି ବିଭାଗ ରେ ଚାକିରୀ କରିଲେ l ସେ ଚାକିରୀ କରୁଥିବା ସମୟରେ 2ବର୍ଷ ନିଜର ଚାକିରୀ ଛାଡି ସମାଜ ସେବା ରେ ମନ ଲଗାଇ ଦେଇ ସୁନ୍ଦରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ ଗ୍ରାମାଞ୍ଚଳ କୁ ଯାଇ ସାମାଜିକ ବ୍ୟକ୍ତି ମାନଙ୍କ ସହିତ ବୈଠକ କରି ଏକତା ର ହାତ ବଢ଼ାଇ ଥିଲେ l ସମାଜ ର ସମସ୍ତ ସାମାଜିକ ବନ୍ଧୁ ମାନଙ୍କୁ ଏକାଠି କରି 1981ମସିହାରେ ସରକାର ଙ୍କ ପାଖରେ ରେଜିଷ୍ଟ୍ରି କରି ଥିଲେ l
ସ୍ବର୍ଗତ ଉଜ୍ଜଳ ତନ୍ତୀ ଙ୍କ ତିରୋଧାନ ଶ୍ରଦ୍ଧାଞ୍ଜଳି ଦିବସ ପାଳନ
|
June 13, 2025 |



