ସୁନ୍ଦରଗଡ ର ଗରିମା ଫସରଫାଟିଲା

Spread the love

ସୁନ୍ଦରଗଡ ତା:୩୦/୧୨/୨୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଚାଲିଛି ମହୋତ୍ସବ ତା ସହିତ ଆଗକୁ ଆସୁଛି ଯତରା ମହୋତ୍ସବ । ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା ,ଜିଲ୍ଲା ଦେଇ ଚାଲିଛି କୋଟିକୋଟି ଟଙ୍କାର ରାଜସ୍ଵ ହେଲେ ଜିଲ୍ଲାର ପ୍ରତିଷ୍ଠା ଦିନକୁ ପାଳନ୍ କରିବାକୁ ପ୍ରଶାସନ ନାରାଜ । ସୁନ୍ଦଗଡ଼ରେ ଅନେକ ଜନ୍ମ ନେଇ ନିଜ ଅଞ୍ଚଳ ତଥା ରାଜ୍ୟ ଓ ଦେଶରେ ପ୍ରତିନିଧିତ୍ଵ କରୁଥିବା ବେଳେ ନିଜ ମାଆ ମାଟି ପାଇଁ କିଛି ଦରଦ ନ ରହିବା ଜିଲ୍ଲାବାସୀଙ୍କୁ ଅନେକ ମର୍ମାହତ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାରୁ କୋଟିକୋଟି ଟଙ୍କା ରାଜସ୍ବ ଆଦାୟ କରି ରାଜ୍ୟ ତଥା କେନ୍ଦ୍ର ସରକାର ନେଉଥିବା ବେଳେ ଆଜି ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରା ନ ଯିବା ପ୍ରଶାସନ ତରଫରୁ ସୂଚନା ମିଳିବା ଏକ ଚିନ୍ତା ସହିତ ଦୁଃଖର ବିଷୟ ।ବଡ ମହୋତ୍ସବ ଆକାରରେ ନ ହୋଇ ଏକ ବଡ ବୈଠକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି । ଜିଲ୍ଲାର ଅଞ୍ଚଳରେ ଏବେ ବଡଦିନ ଓ ନବବର୍ଷ ଅବସରରେ ଅନେକ ଜନ ପ୍ରତିନିଧି ମାନଙ୍କ ଶୁଭେଚ୍ଛା ଅଭିନନ୍ଦନ ବୋଡ ଲାଗିଥିବା ସହ ଯୋଉ ଜିଲ୍ଲା ତଥା ରାଜ୍ୟ ଓ ଦେଶର ପ୍ରତିନିଧିତ୍ଵ କରୁଛନ୍ତି ଏହି ଅଞ୍ଚଳର ଭୋଟରଙ୍କ ଭୋଟ ନେଇ ସେମାନେ ଏହି ବିଷୟକୁ ବିଶେଷ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ।ନିଶ୍ଚିତ ଭାବରେ ସୁନ୍ଦରଗଡ ଜିଲ୍ଲାର ଗାରିମାର ଫଶର ଫାଟୁଥିବା ସହିତ ଅଞ୍ଚଳବାଶୀ ମର୍ମାହତ ହୋଇପଡିଥିବା ଦେଖିବାକୁ ମିଳୁଛି ।ଜିଲ୍ଲାର ପ୍ରତ୍ୟେକ ବୁଦ୍ଧିଜୀବୀ ମହଲରେ ଜିଲ୍ଲା ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳନ କରିବା ପାଇଁ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସାଧାରଣ ବୈଠକ ଅନୁସାରେ ମଧ୍ୟ ଜିଲା ପ୍ରତିଷ୍ଠା ଦିବସର ସଚେତନ କରିବା ଆବଶ୍ୟକତା ରହିଛି ମାଆ ମାଟିର ସମ୍ମାନ ପାଇଁ ।

Related Posts

About The Author

Add Comment