ସୁନ୍ଦରଗଡ ତା: ୨୦/୬/୨୦୨୫( ସନ୍ଧାନ ନ୍ୟୁଜ) ଲଗାତାର ତିନିଦିନ ଧରି ଲଘୁଚାପ ଲାଗିରହିଥିବା ବେଳେ ସବଡେଗା ବସଷ୍ଟାଣ୍ଡ ସମ୍ମୁଖରେ ପ୍ରତି ସପ୍ତାହରେ ଥରେ ଗ୍ୟାସ ବଣ୍ଟନ କୁ କେନ୍ଦ୍ରକରି ମା ‘ ମାନେ ବିଶେଷ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ସରକାର ମା ସହିତ ମହିଳା ମାନଙ୍କୁ ସଶକ୍ତ କରୁଥିବା ବେଳେ ତାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି ।ସରକାରଙ୍କ ସୁବିଧା ପାଇବା ପାଇଁ ବର୍ଷା ଓ ଖରାରେ ଅନେକ ସମୟ ଧରି ଅସୁବିଧା ଭୋଗୁଛନ୍ତି । ତା ସହିତ ଅଞ୍ଚଳରେ ଗ୍ୟାସ ସବଡିଲର ଥାଇ ଗ୍ୟାସର ଅସୁବିଧା ହେଉଥିବା ଅନେକ ସମୟରେ ଅଭିଯୋଗ ଆସୁଛି। ଗ୍ୟାସ ବଣ୍ଟନରେ ବର୍ଷା ଓ ଖରା ଦାଉରୁ କିପରି ଅଞ୍ଚଳବାସୀ ଅସୁବିଧା ନ ହୁଏ ଏଥିପ୍ରତି ବିଭାଗୀୟ କତୃପକ୍ଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି । ଗ୍ୟାସ ହୋମ ଡେଲିଭେରି ବନ୍ଦ ହେବା ପରଠାରୁ ଗ୍ୟାସ ବଣ୍ଟନରେ ବାଟ ମାରଣା ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣା ପଡ଼ିଛି ।
ଗ୍ୟାସ ଫିଲିଙ୍ଗ କୁ ନେଇ ଅଞ୍ଚଳରେ ବାଟମାରଣା
|
May 3, 2025 |
