ତା:୧୯/୫/୨୦୨୫( ସନ୍ଧାନ ନ୍ୟୁଜ) ଅଖିଳ ଭାରତୀୟ କଂଗ୍ରେସ କମିଟି( ଏଆଇସିସି) ର ସମ୍ପାଦକ କେ.ସି ବେନୁଗୋପାଲଙ୍କ ଅନୁଗ୍ରହ କ୍ରମେ ୩୦ଜଣିଆ କମିଟିର ତାଲିକା ପ୍ରକାଶ ପାଇଛି । ଏହିକ୍ରମରେ ରାଜଗାଙ୍ଗପୁର ର ବିଧାୟକ ଡା. ସି. ଏସ ରାଜନ୍ ଏକା ଙ୍କୁ ଓପିଜସିସି ର ଉପସଭାପତି ପଦ ସହିତ ଅନିମା ମିଞ୍ଜ ଙ୍କୁ ସମ୍ପାଦକ ପଦ ମିଳିଥିବା ତାଲିକାରୁ ଜଣାପଡିଛି । ରାଜନ୍ ଏକା ରାଜଗାଙ୍ଗପୁର ଅଞ୍ଚଳରେ ଦୁଇଥର ବିଧାୟକ ହୋଇ ନିର୍ବାଚିତ ହୋଇଥିବା ସହିତ ସେ ଜଣେ ଆଗଧାଡିର ଟାଣୁଆ ନେତା ଭାବରେ ନିଜ ନିର୍ବାଚନ ମଣ୍ଡଳୀରେ ପରିଚିତ । ଏହି ପଦବୀ ମିଳିବା ପରେ ବିଧାୟକ ରାଜନ୍ ଏକା ଆଗାମୀ ଦିନରେ ଆଦିବାସୀଙ୍କ ପ୍ରତି ଓ କଂଗ୍ରେସ ଦଳ ପାଇଁ ଆଗେଇ ଲୋକଙ୍କ ହିତ ପାଇଁ ଆଗେଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତାଙ୍କ ସହିତ ଆଦିବାସୀ ମହିଳା ଭାବରେ ପିସିସି ରେ ସମ୍ପାଦକ ପଦ ମିଳିବାରୁ ଦଳରେ ଖୁସିର ଲହରୀ ଖେଳିଯାଇଛି । ସୂଚନା ଅନୁସାରେ ଭକ୍ତଚରଣ ଦାସ ପିସିସି ସଭାପତି ହେବା ପରେ ପୂର୍ବ ସରକାରଙ୍କ ପ୍ରତ୍ୟେକ୍ ଦୁର୍ନୀତି ସହିତ କୃଷକଙ୍କ ପ୍ରତି ଅବହେଳା,ଦରଦାମ ବୃଦ୍ଧିକୁ ଠିକ୍ ଭାବରେ ଉପସ୍ଥାପନା କରୁଥିବା ବେଳେ କଂଗ୍ରେସ ଦଳ ଏବେ ମଜବୁତ୍ ହେବାରେ ଲାଗିଥିବା ଦଳୀୟ କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାପଡିଛି ।
ସୁନ୍ଦରଗଡ ଜିଲ୍ଲାର ଦୁଇ ଜଣ କଂଗ୍ରେସ ମୁଖ୍ୟ ପଦବୀ ମିଳିଲା
|
May 19, 2025 |
