ସୁନ୍ଦରଗଡ ତା:୨୫/୨/୨୦୨୫( ସନ୍ଧାନ ନ୍ୟୁଜ୍/ରାଜୁ ପଟେଲ) ମାନ୍ୟବର ପ୍ରଧାନ ମନ୍ତ୍ରୀ ମଧ୍ୟପ୍ରଦେଶର ଭାଗଲପୁର ରେ କୃଷି ସିଞ୍ଚାଇ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ହେମଗିରି ର କାଉଦରହ ଓ ଟାଙ୍ଗରଡିହି ରେ ସିଞ୍ଚାଇ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଦିବାସୀ ନୃତ୍ୟର ତାଳେତାଳେ ନିଜେ ଶ୍ରୀଯୁକ୍ତ କୁଏଲ ଓରାମ ଯୋଜନାର ଲୋକାର୍ପିତ କରିଥିଲେ । ଏହି କ୍ରମରେ ହେମଗିରି ଓ ସବଡେଗା ବ୍ଲକ କୁ ମଡେଲ ବ୍ଲକ ଭାବରେ ଚିହ୍ନଟ କରାଯାଇ ଅଞ୍ଚଳ ଜଳ କିପରି ସଂରକ୍ଷଣ କରାଯାଇ ଅଞ୍ଚଳ କୃଷି କାର୍ଯ୍ୟରେ ଲାଗିବ ତାହା ହେଲା ଯୋଜନାର ମୁଲ ଲକ୍ଷ୍ୟ । କୃଷି କ୍ଷେତ୍ରକୁ ମଜବୁତ୍ କରିବା ପାଇଁ ଆଗାମୀ ମାସେ ଧରି କୃଷି ସେଟ ଯାତ୍ରା ଚାଲିବା ସହିତ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ ଓ ଆଗାମୀ ଦିନରେ କୃଷି କଲ୍ୟାଣରେ ସହାୟକ ହେବ ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ କହିଥିଲେ । ଲୋକଙ୍କୁ ମୃତ୍ତିକା ସଂରକ୍ଷଣ ଓ ଜଳସେଚନ ବିଷୟରେ ସଚେତନ କରିବା ଓ ପ୍ରତ୍ୟେକ ଗାଁ ର ପାଣି ତଥା ପାହାଡ ପର୍ବତରୁ ଯାହା ପାଣି ଆସୁଛି ତାହା ଗାଁ ରେ ରହୁ ଓ ଗାଁର କୃଷି କାର୍ଯ୍ୟରେ ଲାଗୁ । ଏହା ଏହି କାର୍ଯ୍ୟକ୍ରମର ମୁଲ ଲକ୍ଷ୍ୟ ।
ସୁନ୍ଦରଗଡ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ
|
February 25, 2025 |
