ସୁନ୍ଦରଗଡରେ ପ୍ରଧାନ ମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ

Spread the love

ସୁନ୍ଦରଗଡ ତା:୧୧/୧୦/୨୦୨୫( ସନ୍ଧାନ ନ୍ୟୁଜ) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଦୃଢ଼ ଦୃଷ୍ଟିକୋଣ ଓ ଦୃଶ୍ୟପଟ ଦେଶର ଏବଂ ଆମ ରାଜ୍ୟ ର କୃଷି କ୍ଷେତ୍ରକୁ ନୂଆ ଦିଗ ଦେଉଛି । ସୁନ୍ଦରଗଡ଼ ସଂସ୍କୃତି ଭବନ ଠାରେ ଆଜି ଆୟୋଜିତ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ଏବଂ ଡାଲି ଜାତୀୟ ଫସଲ ଆତ୍ମନିର୍ଭରତା ମିଶନ ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଯାଇଛି । ଏହା କେବଳ କୃଷି ଯୋଜନା ନୁହେଁ , ଏହା ହେଉଛି ଆତ୍ମନିର୍ଭର ଭାରତ ଓ ଆତ୍ମସମ୍ମାନୀ କୃଷକ ଗଢ଼ିବାର ମିଶନ । ଏହି ଯୋଜନା ମାଧ୍ୟମରେ ଦେଶ ଓ ରାଜ୍ୟର କୃଷକମାନେ ଆର୍ଥିକ ଭାବେ ସୁଦୃଢ଼ ହେବେ ଓ ଖାଦ୍ୟ ସୁରକ୍ଷାରେ ନୂଆ ଅଧ୍ୟାୟ ଲେଖା ହେବ । କୃଷିକୁ ଆତ୍ମନିର୍ଭର ଓ ସ୍ମାର୍ଟ କ୍ଷେତ୍ରରେ ପରିଣତ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ । କୃଷକ ସୁଦୃଢ଼ ହେବା ଆମର ଶକ୍ତି ଓ ତାଙ୍କ ଉନ୍ନତି ହେବା ଦେଶର ଲକ୍ଷ୍ୟ । ଏହି ଭାବନା ସହିତ ଆଗେଇଯାଉଛି ନୂତନ ଭାରତର କୃଷି ଭିତ୍ତିକ ଯାତ୍ରା ।

 

Related Posts

About The Author

Add Comment