ସାରା ରାଜ୍ୟରେ ସଡ଼କ ସପ୍ତାହ ପାଳନରେ କୋଇଲା ଓ ଆସ ବୋଝେଇ ଟ୍ରକ ଓ ଟ୍ରଲର ପାଇଁ ଯାଇଛି ଜୀବନ
ସୁନ୍ଦରଗଡ ତା: ୧୬/୧/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସାରା ରାଜ୍ୟରେ ସଡ଼କ ସୁରକ୍ଷା ପାଳନ କରାଯାଉଥିବା ସମୟରେ ନୀତିଦିନ ସାଧାରଣ ଜନତାଙ୍କ ଜୀବନ ଯାଉଥିବା ଘଟଣା ସାମ୍ନା କୁ ଆସିଛି । ଗତ ମଙ୍ଗଳବାର ତା:୧୪/୧/୨୦୨୫ ମଙ୍ଗଳବାର ଦିନ ଏକ କୋଇଲା ବୋଝେଇ ଟ୍ରକ ସଦର ଥାନା ଛକରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଛି । ଏଥିରେ ମୃତାହତ ହୋଇ ନ ଥିବା ବେଳେ ଗ୍ୟାରେଜ ରେ ପସି ଅନେକ କ୍ଷତି ଘଟାଇଥିବା ସୂଚନା ରହିଛି ।ବିଗତ ଅନେକ ସମୟଧରି ଏହି ଜିଲ୍ଲା ମୁଖ୍ୟ ରାସ୍ତାରେ କୋଇଲା ବୋଝେଇ ଟ୍ରକ ସହିତ ଆସ ବୋଝେଇ ଟ୍ରକ୍ କ୍ରମାଗତ ଗତାଗତ ଫଲରେ ଅନେକ ସମୟରେ ଦୁର୍ଘଟଣା ର ସୂଚନା ରହିଥିବା ବେଳେ ନିରୀହ ଜନସାଧାରଣ ଏହାର ଶିକାର ହେଉଥିବା ସୂଚନା ରହିଛି । ପରିବହନ ବିଭାଗ ସହିତ ଜିଲ୍ଲା ପ୍ରଶାସନର ଉଦାସୀନ ମନୋଭାବ ମୃତ୍ୟୁର କାରଣ ପାଲଟିଥିବା ବୁଦ୍ଧିଜୀବୀ ମହଲରୁ ପ୍ରକାଶ ।ରାଜ୍ୟ ତଥା ଜିଲ୍ଲାରେ ସଡ଼କ ସପ୍ତାହ ପାଳନ ସମୟରେ ଦୁର୍ଘଟଣା ହେବା ସରକାର ପଶି ଏକ ବଡ ପ୍ରଶ୍ନ? ଜିଲ୍ଲାରୁ କୋଟି କୋଟି ଟଙ୍କା ରାଜସ୍ବ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ କୁ ଯାଉଥିବା ବେଳେ ଲୋକଙ୍କ ଜୀବନ ଚାଲିଯାଉଥିବା ପ୍ରଶ୍ନ ଘେରରେ ରହିଛି । ଟ୍ରକ ଓ ଟ୍ରଲର ଡ୍ରାଇଭର ମାନଙ୍କର ବେପରୁଆ ଗାଡ଼ିଚାଲନା ପରିବହନ ବିଭାଗର ପ୍ରତ୍ୟେକ କାର୍ଯ୍ୟରେ ପ୍ରଶ୍ନର ଉଙ୍କି ମାରୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତା ସହିତ ଆସ ଗାଡ଼ି ମାନଙ୍କ ଓଭରଲୋଡ ନେଇ ପରିବେଶ ପ୍ରଦୂଷଣ କରିବା ସହିତ ଅନେକ ସ୍ଥାନରେ ଦୁର୍ଘଟଣା ଘଟାଇଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ସହିତ ଜିଲ୍ଲା ପ୍ରଶାସନର ପଦାଧିକାରୀଙ୍କ ଏଥିରେ ଭାଗ ରହୁଥିବା କାରଣରୁ ମୃତ୍ୟୁର ହାର ବଢୁଥିବା ବୁଦ୍ଧିଜୀବୀ ମହଲରୁ ପ୍ରକାଶ ପାଉଥିବା ଜଣାପଡିଛି । ସଡ଼କ ସପ୍ତାହ ଚାଲିଥିବା ବେଳେ ପରିବହନ ବିଭାଗର ସଚେତନ କାର୍ଯ୍ୟକ୍ରମ ସୁଦୃଢ଼ କରିବା ସହିତ ଜିଲ୍ଲା ପ୍ରଶାସନ ଟୋଲ ଟିକସ ମାଧ୍ୟମରେ ଅନେକ ଟଙ୍କା ନେଉଥିବା କେଲେ ରାସ୍ତାର ଉନ୍ନତି କରଣ ନ ହେବା ମୃତ୍ୟୁ ହାରକୁ ବୃଦ୍ଧି କରୁଥିବା ସୂଚନା ରହିଛି ।ସରକାର ବିକାଶର ନାରା ଦେଉଥିବା ବେଳେ ବିକାଶ କେତେ ଦୂରରେ ତାହା ଜନତାଙ୍କ ପାଇଁ ଏକ ବଡ ପ୍ରଶ୍ନ?
ସାରା ରାଜ୍ୟରେ ସଡ଼କ ସପ୍ତାହ ପାଳନରେ କୋଇଲା ଓ ଆସ ବୋଝେଇ ଟ୍ରକ ଓ ଟ୍ରଲର ପାଇଁ ଯାଇଛି ଜୀବନ
|
January 16, 2025 |
