ଲୁଲକିଡ଼ିହି ସରପଞ୍ଚ ଘର ପାରିପାର୍ଶ୍ୱ ରେ ଥିବା କଂକ୍ରିଟ ରାସ୍ତା ନିମ୍ୱମାନ ତିଆରି ହୋଇ ଥିବାରୁ ଭାଙ୍ଗି ଫାଟି ଗଲାଣି

Spread the love

ସୁନ୍ଦରଗଡ଼ ତା:୨୬-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ଲୁଲକିଡ଼ିହି ପଞ୍ଚାୟତ ଲୁଲକିଡ଼ିହି ସରପଞ୍ଚ ଘର ମୁଖ୍ୟ ରାସ୍ତା ହୋଇଥିବା କଂକ୍ରିଟ ରାସ୍ତା ଟି ଅତି ନିମ୍ନମାନ ର ହୋଇଥିବା ରୁ ରାସ୍ତା ଟି ଭାଙ୍ଗିଫାଟି ଯାଇଥିବା ଦେଖିବାକୁ ମିଳିଛି l ଏହି ରାସ୍ତା ଦେଇ ପ୍ରତିଦିନ ସରପଞ୍ଚ ଘରକୁ ଲୋକେ ଅସୁବିଧା ପାଇଁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ସହିତ ଏହି ରାସ୍ତା ପଞ୍ଚାୟତ ସରପଞ୍ଚ ଙ୍କ ଆବାସ ଥାଇ ମଧ୍ୟ ତାର ସମାଧାନ ନ ହେବା ଏକ ବଡ ପ୍ରଶ୍ନ ? କଂକ୍ରିଟ ରାସ୍ତା ଟି ଅତି ନିମ୍ନମାନ ହୋଇଥିବାରୁ ରାସ୍ତା ଟି ଭାଙ୍ଗି ଫାଟି ଯାଉଥିବା ଦୃଶ୍ୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଲୁଲକିଡିହି ପଞ୍ଚାୟତ ରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେଉଥିବା ବେଳେ ଏହି କଂକ୍ରିଟ ରାସ୍ତା କାର୍ଯ୍ୟକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରୁଥିବା ଜଣାପଡିଛି । ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment