ସରକାରୀ ପ୍ରକଳ୍ପ ବ୍ୟକ୍ତିଗତ ଜାଗାରେ ଆଇଟିଡ଼ିଏ କନିଷ୍ଠଯନ୍ତ୍ରୀଙ୍କ ପାଇଁ ଅଡ଼ୁଆରେ ଠିକାଦାର

Spread the love

ବଡ଼ସାହି, 16/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ସରକାରୀ ପ୍ରକଳ୍ପ ବ୍ୟକ୍ତିଗତ ଜାଗା ବା ଜମିରେ ନିର୍ମାଣକୁ ନେଇ ଠିକାଦାର ବର୍ତ୍ତମାନ ଅଡୁଆରେ ପଡ଼ିଛନ୍ତି । ସରକାରୀ ପ୍ରକଳ୍ପ ନିର୍ମାଣ ପୂର୍ବରୁ ଜାଗା ବା ଜମି ସରକାରୀ ଥୁ ଜରୁରୀ । ତଦନୁଯାୟୀ ଜିଓ ଟାଗ ନିୟମାବଳୀ ମଧ୍ୟ ରହିଛି। ପରନ୍ତୁ କନିଷ୍ଠଯନ୍ତ୍ରୀଙ୍କ ଭୁଲ ପାଇଁ ବର୍ତ୍ତମାନ ୨-୨ଟି ପ୍ରକଳ୍ପର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟ ସମ୍ପାଦନ କରିଥିବା ଠିକାଦାର ଅଡ଼ୁଆରେ ପଡ଼ିଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ କୋଚିଳାଖୁଣ୍ଟା ଓ ଶିଆଳିଘାଟୀ ପଞ୍ଚାୟତରେ । ଉଭୟ ପଞ୍ଚାୟତର ବାଘମରା ଓ ଭଞ୍ଜବାଟୀ ଗ୍ରାମରେ ଆଦିବାସୀ ଉନ୍ନୟନ ପରିଷଦ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାଂସ୍କୃତିକ ଗୃହ ନିର୍ମାଣ ହୋଇଛି । ମାତ୍ର କାର୍ଯ୍ୟକାରୀ ହୋଇଥିବା ୨ଟି ସାଂସ୍କୃତିକ ଗୃହ ନିର୍ମାଣରେ ବିଭିନ୍ନ ପ୍ରକାର ଅନିୟମିତତା ହୋଇଥିବାର ଅଭିଯୋଗକୁ ନେଇ ଜୁନ ମାସରେ ‘ସମାଜରେ ପୃଥକ  ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଥିଲା । ଏତଦବାଦ ତତ୍କାଳୀନ – ବିଭାଗୀୟ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବୟାନ ? ଏହାକୁ ଅଧୁକ ବିବାଦୀୟ କରି 7 ଦେଇଥିଲା। ଖୋଦ ସେ ଏ କାମ ବିଷୟରେ କିଛି ଜାଣି ନ ଥିବା କିମ୍ବା ଲେ- ଓ ଆଉଟ ଦେଇ ନ ଥୁବା ପ୍ରକାଶ କରିବା ସହିତ ଖବର ପ୍ରକାଶ କରିବା ପାଇଁ 2କହିବାର ଏକ କଥୋପକଥନ ଭାଇରାଲ କୁ ହୋଇଥିଲା । ଏପରିକି ସହକାରୀ ଯନ୍ତ୍ରୀ 2 ମଧ୍ୟ ଛାତ ପଡି ସାରିଥିଲେ ହେଁ ସେ କାମ ଛି ସମ୍ପର୍କରେ କିଛି ଜାଣି ନ ଥିଲେ। ଫଳରେ ଏହି ପ୍ରସଙ୍ଗକୁ ନେଇ କାମ କରୁଥିବା | ଠିକାଦାରୟ ବିଲ ନ ପାଇ ହଇରାଣ ହରକତ ହେଉଥିବା ବେଳେ ପୁଣି ଏକ 2 ନୂଆ ବିବାଦ ଏଥିରେ ଯୋଡିଯାଇଛି । ବାଘମରା ସାଂସ୍କୃତିକ ଗୃହଟି ଜଣେ ଓ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜାଗାରେ ନିର୍ମାଣ ଓ ହୋଇଥିବା ବେଳେ ଭଞ୍ଜବାଟି ଗୃହଟି କୁ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା । ଅଭିଯୋଗ ହୋଇଛି । ବାଘମରା ସାଂସ୍କୃତିକ ଗୃହ ସମ୍ପର୍କରେ ଶିଶିର ଦାଶ | ନାମକ ଜଣେ ବ୍ୟକ୍ତି ୫-ଟି ସଚିବ, । କମିଶନର ତଥା ପ୍ରିନସିପାଲ – ସେକ୍ରେଟାରୀ ଏଚଏଣ୍ଡ ଟିଡବ୍ଲ, ଆରଡିସି, କଟକ, ଜିଲାପାଳ ମୟୂରଭଞ୍ଜ ଓ ପିଏ ଆଇଟିଡ଼ିଏ ବାରିପଦାଙ୍କ ନିକଟରେ ଲିଖୁତ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆବଶ୍ୟକ ପଡିଲେ ସେ କୋର୍ଟର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି । ପିଏ ଏହାର ତଦନ୍ତ କରିବେ ବୋଲି ଅଭିଯୋଗକାରୀ ଶ୍ରୀ ଦାସଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ତଦନ୍ତ ସମୟର ଜଣେ ରେଭିନ୍ୟୁ ଅଫିସରଙ୍କୁ ସାଙ୍ଗରେ ଆଣି ଉକ୍ତ ସ୍ଥାନର ମାପ କରିବାକୁ ସେ ଦାବି କରିଛନ୍ତି । ସେହିପରି ଭଞ୍ଜବାଟି ସଂସ୍କୃତିକ ଗୃହଟି ମଧ୍ୟ ଜଙ୍ଗଲ ଜମିରେ । ନିର୍ମାଣ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । କାର୍ଯ୍ୟକାରୀ ହେଉଥିବା ଏହି କାମଗୁଡିକ ବିଭାଗୀୟ ଭାବେ ବିନା ଲେ- ଆଉଟରେ କାମ ହୋଇଥିବା ବେଳେ କୌଣସି ଦିନ କନିଷ୍ଠ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀଙ୍କ ଦେଖା ନ ଥିଲା । ଯାହାଫଳରେ ଠିକାଦାର ନିମ୍ନମାନର ଇଟା, ସିମେଣ୍ଟ ଓ ରଡ ବ୍ୟବହାର କରି କାମ ‘ଗୁଡିକ କରୁଥିବା ଅଭିଯୋଗ ହୋଇଥିଲା । ସେହିପରି ମୂଳଦୁଆ ଓ ଢଳେଇ କାମରେ ମ ଚି, ବାଲି ଓ ସିମେଣ୍ଟ ଭାଗ ମାପରେ ବ୍ୟାପକ ଅନିୟମିତତା କରାଯାଇଛି । ଯାହାଫଳରେ ଏହି ଘର ଗୁଡିକର ସ୍ଥାୟିତ୍ବ ନେଇ ଅଭିଯୋଗ ଉଠିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା କାମଟି ବିଭାଗୀୟ ଭାବେ ହେଉଥିବା ବେଳେ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀଙ୍କ ପାଖରେ କିଏ କାମ କରୁଛି ତାର ସୂଚନା ନଥିଲା । ବାଘମରା ଓ ଭଞ୍ଜବାଟି ଛାତ । ଢଳେଇ ଦିନ ଜଣେ ବେସରକାରୀ ବ୍ୟକ୍ତି କାରରେ ଆସି ଅଳ୍ପ ସମୟ ରହି ଫେରି ଯାଇଥିବା ଲୋକେ ପ୍ରକାଶ କରିଥିଲେ। ଯନ୍ତ୍ରୀ କିମ୍ ସହକାରୀ ଯନ୍ତ୍ରୀଙ୍କ ପାଖରେ କାମ ସମ୍ପର୍କରେ ସୂଚନା ନଥିବା ବେଳେ କାମ ଦେଖୁବାକୁ ଆସିଥିବା ଏହି ବେସରକାରୀ ଲୋକଟି କିଏ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ଏ । କାମରେ ବିଲ ପୈଠ ପାଇଁ ରାଜନୈତିକ ଚାପ ପଡୁଛି । କାମ ବିଷୟରେ କିଛି ଜାଣି ନ ର କ ହୁ ଥିବା ତତ୍କାଳୀନ ଯନ୍ତ୍ରୀ ଏହି ଦୁଇଟି କାମର ଫାଇଲ ନିଜ ପାଖରେ ରଖିବା ବେଳେ ଆଗକୁ କ’ଣ ପଦକ୍ଷେପ ନେଉଛନ୍ତି, ଅଭିଯୋଗକାରୀ ଅପେକ୍ଷା କରି ରହିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟତା – ଜଣାପଡ଼ିବ ବୋଲି ସେମାନେ କହିଛନ୍ତି ।

Related Posts

About The Author

Add Comment