ଜେନାପୁର, ୧୯/୧୧, (ସନ୍ଧାନ ନିଉଜ୍ /ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ବୃନ୍ଦାଦେଇ ପୁର ପଞ୍ଚାୟତ ଅଧିନ ଦହିପୁର ଗ୍ରାମର ଯୁବ ସାମ୍ବାଦିକ ତଥା ଉତ୍କଳ ମଣୀ ସେବାସଙ୍ଗଠନ ର ସମ୍ପାଦକ ଓ ଯୁବ ସଂଗଠକ ସୁଶାନ୍ତ କୁମାର ଖଟୁଆ ଙ୍କ ୩୯ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ ଏକା ଧାରାରେ ଜଣେ ସରଳ ପରୁପକାରୀ ,ସମାଜସେବା କରିବାରେ ଦୃଢ଼ ଆତ୍ମବିଶ୍ବାସ ରହିଥିଲା।ସ୍ୱଚ୍ଛ ସାମ୍ବାଦିକ ରୂପେ ବେଶ୍ ଜଣାଶୁଣା ନିଜର ସ୍ୱାଭିମାନ ଏବଂ ନିଃସ୍ୱାର୍ଥପର ସମାଜ ସେବା ପାଇଁ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ନିକଟରେ ସ୍ୱର୍ଗତ ଖଟୁଆ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ଗତକାଲି ରାତି ୧୦ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ, ବାପା ବୋଉ ଭାଇ ଙ୍କ ସମେତ ବନ୍ଧୁ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ରେ ଅଞ୍ଚଳରେ ଥିବା ଉତ୍କଳ ମଣୀ ସେବାସଙ୍ଗଠନ ର ସଭାପତି ଶରତ ମହାନ୍ତି ଉପସଭାପତି କ୍ଷେତ୍ର ବସି ରାଉତ, ଓ ସନ୍ଧାନ ନିଉଜ୍ ,ଆମ ଐତିହର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମାନସ କୁମାର ରାଉତ ସମେତ ସଂଗଠନ ର ସମସ୍ତ କର୍ମକର୍ତ୍ତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବଣ ମଲ୍ଲି ସାହିତ୍ୟ ସେବା ସେବାସଙ୍ଗଠନ ରସଭାପତି ନିର୍ମାଲ୍ୟ ପ୍ରଧାନ, ଅଞ୍ଚଳରେ ଥିବା ବରିଷ୍ଠ।ସାମ୍ବାଦିକ ବେଣୁଧର ପଣ୍ଡା ସାମ୍ବାଦିକ ପରମା ନନ୍ଦ ସାହୁ, ଅଶୋକ କୁମାର ଦାସ, ବାବୁଲି ରାଉତ,ପ୍ରଶାନ୍ତ ସାମଲ, ସୁବ୍ରତ ସାହୁ, ସୋମ୍ୟରଞ୍ଜନ ପଣ୍ଡା, ପ୍ରଭାତ ସାହୁ, ସୁନୀଲ ଶତପଥୀ, ସୁଧାଂଶୁ ଶେଖର ନାୟକ, ବିନୋଦ ପରିଡ଼ା, ବସନ୍ତ ନାୟକ, ସୁଶାନ୍ତ ଗୋଛାୟାତ, ଶଙ୍କର ପ୍ରତାପ ଦାସ, ପ୍ରମୁଖ ଶୋକ ପ୍ରକାଶ କରିଥିବା ବେଳେ, ଜେନାପୁର ଅଞ୍ଚଳରେ ସାମ୍ବାଦିକ ମହଲରେ ଏକ ଅ ପୁରାଣୀୟ କ୍ଷତି ହୋଇଛି ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ହେଉଛି ,।ସନ୍ଧାନ ନିଉଜ୍ ଓ ଆମ ଐତିହ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଇଶ୍ୱର ଶ୍ରୀ ଖଟୁଆଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏହାହିଁ ସନ୍ଧାନ ନିଉଜ୍ ପରିବାର ତରଫରୁ ଇଶ୍ବରଙ୍କ ନିକଟରେ ପାର୍ଥନା ।।
ତାଜା ଖବର
- ବିକଶିତ ଗାଁ ସହିତ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଆଜି ମଧ୍ୟ ଏକ ଯୁମଲା, ଗାଁ ରେ ବିକାଶ ଆଜି ମଧ୍ୟ ଅପହଞ୍ଚ
- ସୁନ୍ଦରଗଡ଼ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇଯାଇଛି।
- “ମା’ ପାଇଁ ଗଛଟିଏ–୩.୦” ବନଖଣ୍ଡ ସ୍ତରୀୟ ୭୭ତମ ବନ ମହୋତ୍ସବ–୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଯାଜପୁର ଜିଲ୍ଲାରେ ଲଘୁଚାପ ବର୍ଷା ହେବାରୁ ଧନ ଜୀବନ କ୍ଷତିଗ୍ରସ୍ତ
- ଓମ୍ ସାହା ଡାକ୍ତର ସଂଘ ପକ୍ଷରୁ ଦାବି ପ୍ରତ୍ୟାହାର କରାଗଲା
- ଖବର କାଗଜ ଲୋକଙ୍କ ସ୍ଵର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
- ସ୍ଥାନୀୟ ଯାଞ୍ଚ ପରେ ତହସିଲଦାର ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ବାସିନ୍ଦା ପ୍ରମାଣପତ୍ର (Residence Certificates) ପ୍ରଦାନ କରିବାକୁ କୁହାଯାଇଛି।
- ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ।
- ଜିଲ୍ଲା ପରିବେଶ ସମିତିର ବନ ମହୋତ୍ସବ ପାଳନ
- ଯାଜପୁରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ



