ଭୁବନେଶ୍ୱର, ୧୯/୧୦ (ସନ୍ଧାନ ନ୍ୟୁଜ) ନିଖିଳ ଓଡ଼ିଶା ଖଣ୍ଡାୟତ-କ୍ଷତ୍ରୀୟ-ପାଇକ- ଚଷା ମହାସଂଘ” ଆନୁକୁଲ୍ୟରେ ଭୁବନେଶ୍ଵର ବୁଦ୍ଧ ମନ୍ଦିର ଠାରେ ଏକ ବନ୍ଧୁ ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ” ଜାତିଗତ ଜନଗଣନା ଓ ସଂରକ୍ଷଣର ପ୍ରାସଙ୍ଗିକତା” ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ମହାସଂଘର ଅଧ୍ୟକ୍ଷ ଡ଼ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ସଭାର ସଭାପତିତ୍ବ କରିଥିଲେ। ମହାସଂଘର ସାଧାରଣ ସମ୍ପାଦକ ସୁଦର୍ଶନ ଛୋଟରାୟ ଅନୁଷ୍ଠାନର କାର୍ଯ୍ୟ ବିବରଣୀ ସମ୍ପର୍କରେ ବିବରଣୀ ଦେବା ସହ ସାଂଗଠନିକ ବିସ୍ତାର ଉପରେ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ବିଶ୍ଵାଳ, ସ୍ତମ୍ଭକାର ନଟବର ଖୁଣ୍ଟିଆ, ଡଃ ଭାଗ୍ୟଲିପି ମଲ୍ଲ, ପ୍ରଭାସ ସାମନ୍ତରାୟ,ମିହିର ରାୟ,ବିଜୟ ବିଶ୍ଵାଳ, ରାଜେନ୍ଦ୍ର କୁମାର ମହାଲିଙ୍ଗ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ନିଜ ମତାମତ ଉପସ୍ଥାପନ କରି କହିଥିଲେ ଯେ ସମାଜରେ ସାମାଜିକ ନ୍ୟାୟ ଦେବା କ୍ଷେତ୍ରରେ ସାମୁହିକ ଭାବେ ଖଣ୍ଡାୟତ ସମାଜ ର ଅବଦାନ ର ପଟ୍ଟାନ୍ତର ନାହିଁ । ସରକାର ବୈଷୟିକ ଶିକ୍ଷା ଓ ଡାକ୍ତରୀ ଶିକ୍ଷା ରେ ୨୭% ସଂରକ୍ଷଣ ଦେବା ପାଇଁ, ଆଲୋଚନା ରେ ଆଲୋଚକ ମାନେ ନିଜ,ନିଜ ମତ ରଖି ଥିଲେ ।
ମହାସଂଘ ତରଫରୁ ଏହି ସମୁଦାୟରୁ ନିଜ ନିଜ କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜ ସେବୀ ଭାବଗ୍ରାହୀ ରାଉତ, ସୁପ୍ରଭା ରାଉତ, ଯୁବ ନେତା ଦେବବ୍ରତ ରାଉତ, ନାରୀ ନେତ୍ରୀ ବିଳାସିନୀ ପ୍ରଧାନ, ସାମ୍ବାଦିକ ଶବର ତରାଇ, ରଜତ ବଳୀୟାର ସିଂ, ଯଜ୍ଞେଶ୍ଵର ସୁନ୍ଦରରାୟ, ଅମରେନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଗଲା।
ମହାସଂଘର ସଂସ୍ଥାପକ ସଦସ୍ୟ ପ୍ରଫେସର ବିନୟ ଭୂଷଣ ଜେନା,ଆଡ଼ଭୋକେଟ ନରେଶ ଜେନା, ସମାଜସେବୀ ବିଶ୍ବରାଜ ନାୟକ ପ୍ରମୁଖ ସଭା ପରିଚାଳନା କରିବା ସହ ସଂଘର ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।ଶେଷରେ ରଜତ ବଳିୟାର ସିଂ ଧନ୍ୟବାଦ ଦେଇଥିଲେ ।



