ସୁନ୍ଦରଗଡ ତା:୨/୪/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ରାଜ୍ୟ ସରକାରଙ୍କ ଦ୍ଵାରା ପାଳନ ହେଉଥିବା ” ଓଡ଼ିଶା ପକ୍ଷ” ରେ ଆଜି ଓଡ଼ିଶା ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କରମଳରେ ସମଗ୍ର ରାଜ୍ୟରେ ‘ ଖଡି ଛୁଆଁ ‘ ଦିବସ ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଉତ୍ସାହ ଓ ଉତ୍ସାର ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ଥିଲେ। ନୂତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ କୁ ସ୍ୱାଗତ କରିବା କାର୍ଯ୍ୟକ୍ରମ ଏବଂ ପାରମ୍ପରିକ ରୀତିରେ ଖଡ଼ି ଛୁଆଁ ହୋଇଛି। ଏହି ପଦକ୍ଷେପ ନିଶ୍ଚିତ ଭାବରେ ଓଡ଼ିଶାର ଶିକ୍ଷା ମାନଚିତ୍ରକୁ ଆଗୁକୁ ବଢ଼ାଇବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେଇବାରେ ଉଲ୍ଲେଖନୀୟ ଭୂମିକା ନେବ। ଆଜି ଦିନରେ ନୂଆ କରି ବିଦ୍ୟାଳୟ ରେ ଖଡି ଛୁଇଁ ଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ, ଯାହା ଅଭିଭାବକଙ୍କୁ ଶିକ୍ଷା ସମ୍ପର୍କରେ ସଚେତନ କରବ ।