ସବଡେଗା ରାଜୀବଗାନ୍ଧୀ ଗୃହରେ ଜନଶୁଣାଣୀ କାର୍ଯ୍ୟକ୍ରମ

Spread the love

 

ସୁନ୍ଦରଗଡ ତା:୯/୬/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ସବଡେଗା ବ୍ଲକ ପରିସରରେ ଥିବା ରାଜୀବଗାନ୍ଧୀ ସଭା ଗୃହରେ ଆଜି ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାପାଲ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଅଧ୍ୟକ୍ଷତା କରିଥିବା ବେଳେ ତାଙ୍କ ସହିତ ଉପଜିଲ୍ଲାପାଳ ଦାଶରଥି ସରାବୁ ଯୋଗ ଦେଇଥିଲେ । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧିକାରୀ ବିଶ୍ଵନାଥ ସାହୁ, ତହସିଲଦାର ମାନସୀ ନାଏକ,ବ୍ଲକ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ବିଶେଷ କରି ଏଥିରେ ମୋଟ ୩୭ ଗୋଟି ଅଭିଯୋଗ ଆସୁଥିବା ବେଳେ ୧୧ ଗୋଟି ବ୍ୟକ୍ତିଗତ, ୨୬ ଟି ଅଭିଯୋଗ ସାମୁହିକ ରହିବା ସହିତ ଗୋଟିଏ ତୁରନ୍ତ ସମାଧାନ କରାଯାଇଥିବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକ ସହାୟତା ପାଇଁ ରହିଥିବା ଜଣାପଡିଛି ।ବିଭିନ୍ନ ସମସ୍ୟା ମଧ୍ୟରେ ନୂତନ ପୋଲିସ ଫାଣ୍ଡି ନିର୍ମାଣ, ଶବ ବ୍ୟବଚ୍ଛେଦ ଗୃହ ସହିତ ଜମି ରେଜିଶ୍ଟେଶନ ଅଫିସ, ଆବାସ ଯୋଜନା, ରାସ୍ତାଘାଟ,ପାନୀୟ ଜଳ ସମସ୍ୟା ସହିତ ରାସନ୍ କାଡ଼ର୍ ସମସ୍ୟାର ଅଭିଯୋଗ ଆସିଥିବା ଜଣାପଡିଛି । ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ସବଡେଗା କଂଗ୍ରେସ କମିଟି ପକ୍ଷରୁ ସବଡେଗା ବ୍ଲକ କଂଗ୍ରେସ ସଭାପତି ଶୁଭେନ୍ଦୁ କୁମାର ନାଏକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

Related Posts

About The Author

Add Comment