ସବଡେଗା ବ୍ଲକରେ କଂଗ୍ରେସ କାର୍ଯାଲୟ ଉଦଘାତୀତ

Spread the love

ସୁନ୍ଦରଗଡ ତା:୯/୨/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ) ସବଡେଗା ବ୍ଲକରେ ଆଜି କଂଗ୍ରେସ ତରଫରୁ କାର୍ଯାଳୟ ଉଦଘାଟନ ହୋଇଯାଇଛି ।ଆଜି ବ୍ଲକର ଦଳୀୟ ସଭାପତିଙ୍କ ଶ୍ରୀଯୁକ୍ତ ଶୁଭେନ୍ଦୁ ନାଏକଙ୍କ ନେତୃତ୍ୱରେ ଦଳୀୟ ତରଫରୁ ଜିଲ୍ଲା ପରିଷଦ ଆସନ ପାଇଁ ଟିକେଟ ପାଇଥିବା ପୂର୍ବତନ ଡ଼ମକୁଡ଼ା ସରପଞ୍ଚ ଦିଲୀପ ଟେଟେ ଏହାର ଶୁଭ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଦଳୀୟକର୍ମୀ ସମସ୍ତେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ମହିଳା ଜିଲ୍ଲା ସଭାପତି ସବିନା ଟପ୍ପୋ,ଏମଡି ନାଜିର ହୁସେନ,କିଶୋରଚନ୍ଦ୍ର ବାରିକ,ସୁଶାନ୍ତ ବେହେରା,ବିଶ୍ୱଜିତ ପଟେଲ,ହେର୍ମନ ବାର୍ଳା,ପାତ୍ରାସ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତ୍ୟେକ ନିର୍ବାଚନ ପରି ଦଳର ପ୍ରଚାର ପ୍ରତ୍ୟେକ ଘରକୁ ଘର କରୁଥିବା ଜଣାପଡିଛି । ପ୍ରତ୍ୟେକ ନିର୍ବାଚନ ପରି କଂଗ୍ରେସ ଦଳ ତାର ନିର୍ବାଚନର ସୁଅ କଛପ ଗତିରେ ଆରମ୍ଭ କରି ବାଜିମାତ୍ କରିନେବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡୁଛି ।

Related Posts

About The Author

Add Comment