ସୁନ୍ଦରଗଡ ତା:୨୯/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସବଡେଗା ବ୍ଲକରେ ଗୋଟିଏ ମାତ୍ର ସରକାରି ବ୍ୟାଙ୍କ ରହିଛି ।ଏହି ବ୍ୟାଙ୍କରେ ପ୍ରାୟ ୫୦ହଜାର ରୁ ଉର୍ଦ୍ଧ ଏକାଉଣ୍ଟ ଧାରି ରହିଥିବା ସୂଚନା ରହିଛି । ତା ସାଙ୍ଗକୁ ଏକ ହଜାରରୁ ଉର୍ଦ୍ଧ ପେନସନ ଧାରି ଗ୍ରାହକ ରହିଛନ୍ତି । ଏହା ବ୍ୟତୀତ ବିଧବା ଭତା ସହିତ ବିକଳାଙ୍ଗ ଭତା , ସ୍କୁଲ ଛାତ୍ର ଛାତ୍ରୀଙ୍କ ଆକାଉଣ୍ଟ ରହିଛି । ଅନେକ ସମୟରେ ବ୍ୟାଙ୍କର ପ୍ରିଣ୍ଟ ମେସିନ ଅକାମୀ ହେବା ଫଲରେ ଲୋକେ ରୀତିମତ ଅସୁବିଧା ଭୋଗୁଥିବା ସହିତ ବ୍ୟାଙ୍କ ସମ୍ମୁଖରେ ରାଜୁ ରାଜପଥ ୨୪ ଥିବାରୁ ବ୍ୟାଙ୍କ ଦୁର୍ଘଟଣାର କେନ୍ଦ୍ରବିନ୍ଦୁ ପାଲଟିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇଛି ।ଯାହା ଫଳରେ ଗ୍ରାହକଙ୍କ ସେବା ଯୋଗାଇବାରେ ବହୁ ଅସୁବିଧା ହେଉଥିବା ବେଳେ ସବଡେଗା ରେ ଛତୁ ଫୁଟିଲା ପରି ଗ୍ରାହକ ସେବା କେନ୍ଦ୍ର ରହିଛି ।ସରକାର ଲୋକଙ୍କ ପାଇଁ ସେବା ଯୋଗାଇବାକୁ ବ୍ୟବସ୍ଥା କରିଥିବା ବେଲେ ତାର ବ୍ୟତିକ୍ରମ ଚିତ୍ର ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ସବଡେଗା ପ୍ରାୟ ୧୦ ରୁ ଉର୍ଦ୍ଧ ଗ୍ରାମ ସେବା କେନ୍ଦ୍ର ଥିବା ବେଳେ ସବଡେଗା ମୁଖ୍ୟ ବ୍ୟାଙ୍କ ସମ୍ମୁଖ ରେ ଥିବା କେତେକ ଗ୍ରାହକ ସେବା କେନ୍ଦ୍ରରେ ୧୦୦୦ ଟଙ୍କା ରେ ୨୦ ଟଙ୍କା ଶୁଳ୍କ ନେଉଥିବା ସାଧାରଣ ଜନତାଙ୍କ ସୂତ୍ରରୁ ଜଣାପଡିଛି । ଏଭଳି ପରିସ୍ଥିତିରେ ଗରିବ ଶ୍ରେଣୀର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଗ୍ରାହକ ସେବାଙ୍କ ପାଇଁ ସରକାର ଉଚିତ୍ ପ୍ରାବଧାନ ରଖିଥିବା ବେଳେ ପ୍ରତ୍ୟେକ ଗରିବ ପରିବାରକୁ ରୀତିମତ ଭାବରେ ଲୁଟ କରିବା ପ୍ରଶ୍ନ ଘେରରେ ରହିଛି । ଏହି ବିଷୟରେ କିଏ ଦୃଷ୍ଟି ଦେବ ଓ ଗରିବ ନିଶହାୟ ଲୋକଙ୍କ ଦୁଃଖ ର ଉପଯୁକ୍ତ ସମାଧାନ କରିବ ତାହା ସାଧାରଣରେ ଚର୍ଚ୍ଚା ହେଉଛି । ସରକାରଙ୍କ ତରଫରୁ ଅନ୍ୟ ଏକ ବ୍ୟାଙ୍କର ସୁବିଧା କରିବାର ଆବଶ୍ୟକତା ରହିଥିବା ବେଳେ ଗ୍ରାହକ ସେବା କେନ୍ଦ୍ରର ମନମୁଖୀ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ସାଧାରଣ ରେ ଦାବି ହେଉଛି । ଏଥି ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।