ସୁନ୍ଦରଗଡ, ୩୦/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସବଡେଗାରେ ଥିବା ସମସ୍ତ ଦୋକାନୀ ମାନଙ୍କୁ ସହିତ କାର୍ଯ୍ୟକରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ କୋବିଡ଼ ପରୀକ୍ଷଣ କରିବା ପାଇଁ ଆଜି ଡ଼ାକବାଦୀ ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସବଡେଗାର ବିଡ଼ିଓ ଓ ତହସିଲଦାର ଅନୁମୋଦନ କରିଛନ୍ତି । ପ୍ରତ୍ୟେକ ଦୋକାନୀ କୋବିଡ଼ ପରୀକ୍ଷଣ ପରେ ତାର ନେଗେଟିବ ରିପୋର୍ଟକୁ ଦୋକାନ ସମ୍ମୁଖରେ ଛାପି ବିକ୍ରି କରିପାରିବେ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଯଦି କୌଣସି ଦୋକାନୀଙ୍କ ପୋଜିଟିଭ ବାହାରେ ତାପରେ ତାଙ୍କୁ କୋବିଡ଼ ଗାଇଡ଼ଲାଇନ ଅନୁଯାଇ ଦୋକାନ ବନ୍ଦ ରଖି ନିୟମର ଉଚିତ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହି ପ୍ରସଙ୍ଗରେ ସାପ୍ତାହିକ ହାଟ ସମ୍ମୁଖରେ ଖୋଲା ସ୍ଥାନରେ ପରୀକ୍ଷଣ କରାଯାଉଛି । ଉଚିତ ସମୟରେ ଦୋକାନୀ ଓ ଦୋକାନ କର୍ମଚାରୀ ମାନଙ୍କୁ ପରୀକ୍ଷଣ ପାଇଁ ନିବେଦନ କରାଯାଇଛି ।
ସବଡେଗାର ସମସ୍ତ ଦୋକାନୀ ମାନଙ୍କ କୋଭିଡ ପରୀକ୍ଷଣ ବାଧ୍ୟତାମୂଳକ, ବ୍ଲକ ପ୍ରଶାସନ
|
June 30, 2021 |



