ସଦର ବିଧାୟିକାଙ୍କ ଦ୍ୱାରା ରାସ୍ତାର ଉନ୍ନତିକରଣ ସହିତ ହାଇମାଷ୍ଟ ଲାଇଟ ଯୋଜନାର କାର୍ଯ୍ୟକାରୀ

Spread the love

ସୁନ୍ଦରଗଡ ତା:୨୬/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ଲେଫ୍ରିପଡା ବ୍ଲକରେ ଚଉଦ ଗୋଟି ପଞ୍ଚାୟତ ରହିଛି । ଏହି ଚଉଦ ଗୋଟି ପଞ୍ଚାୟତରୁ ଦଶ ଗୋଟି ପଞ୍ଚାୟତ ତଲସରା ନିର୍ବାଚନ ମଣ୍ଡଳୀରେ ରହିଥିବା ବେକେ ଆଉ ସାତଗୋଟି ପଞ୍ଚାୟତ ସଦର ନିର୍ବାଚନ ମଣ୍ଡଳୀରେ ରହିଛି । ସଦର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ମାନଙ୍କରେ ଥିବା ରାସ୍ତାର ଅଵସ୍ଥା ଶୋଚନୀୟ ହୋଇ ରହିଥିବା ବେଳେ ତାର ରକ୍ଷଣାବେକ୍ଷଣ ତଥା ଉନ୍ନତିକରଣ ପାଇଁ ବିଭାଗୀୟ ଅଧିକାରୀ ସହିତ ପ୍ରଶାସନ କର୍ଣପାତ କରୁ ନ ଥିବା ବାରମ୍ବାର ଅଭିଯୋଗ ଆସିଛି ।  ବିଧାୟିକାଙ୍କ ଉଦ୍ୟମରେ ଏହାର ଉନ୍ନତିକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଅଞ୍ଚଳର ସୁଖାଯୋର ଛକରୁ କୁରୁମକେଲ କୁ ରାସ୍ତ,ସୁରଗୁଡା ରୁ କାପୁଟିକିରା, ଆଲେପଡା, ଝାର ଗାଁ ନାକଡ଼ିହି ଠାରୁ ରାଏବଗା, ପତ୍ରାପାଳି ମୁଖ୍ୟ ରାସ୍ତାରୁ ଟିପେରସିଂଘା, ଲୋକଡେଗା ରୁ ଭରତ ପୁର ଏହିସବୁ ରାସ୍ତାର ଉନ୍ନତିକରଣ ହେବା ସହ ବ୍ଲକର ଦରଳିପାଲି,ରାଏଡିହି,ରାଏବଗା,ବଡ଼ବଙ୍ଗା,ଝୁରିମାଲ ଓ ଛଟେଂପାଲି ପଂଚାୟତର ଅନେକ ଗୁଡିଏ ଗ୍ରାମରେହାଇମାଷ୍ଟ ଲାଇଟ ଲଗାଇବାର ଯୋଜନା ଆରମ୍ଭ ହୋଇଛି ।

Related Posts

About The Author

Add Comment