ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ;ଶିକ୍ଷା ଅନୁଷ୍ଠାନର ସମସ୍ତ ସୁବିଧା ସୁଯୋଗ କୁ ହାତଛଡ଼ା ନକରି ଆଗକୁ ବଢ଼ିବା; ପ୍ରକଳ୍ପ ପ୍ରଶାସକ…ହେମାସାଗର ଭୋଇ

Spread the love

ସମ୍ବଲପୁର/ସନ୍ଧାନ ନ୍ୟୁଜ/ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ଆଶ୍ରିତା ଭୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଫାଶିମାଲ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦଳବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ଜିଲ୍ଲାପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ସରପଞ୍ଚ ବିଜୟ କୁମାର ନାଏକ, ସମିତିସଭ୍ୟା ଅଶୋକ କୁମାର ବାଘ, ଟିକିବା ସରପଞ୍ଚ ମମତା ଭେଂଗ୍ରା, ସ୍କୁଲ ଡ଼ିଆଇ ନରେଶ କୁମାର ଖମାରୀ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଅନିଭା ନାଏକ, ଡବ୍ଲୁଇଓ ଐଶର୍ଯ୍ୟ ନାୟକ, ସଂଘ ସଭାପତି ବିରେନ୍ଦ୍ର କୁମାର ପଟେଲ, ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ, ଆରଦବାହଲ ର ଅଧକ୍ଷ ରଞ୍ଜନ କୁମାର ନାଏକ, ଟ୍ରେଜରର ପିଙ୍କି ସେଠ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ରନନ୍ଦ ନନ୍ଦ, ମୋଚି ବାହଲ ସ୍କୁଲ ପ୍ରଧାନ ଶିକ୍ଷକ ରଜତ ପ୍ରସାଦ ରାଉତ, ଅବସରପ୍ରାପ୍ତ ସିଡିପିଓ ସୌଦାମିନୀ ପାତ୍ର, କସଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କିଣ୍ଡୋ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା ସମଲେଶ୍ଵରୀ, ମା ସରସ୍ଵତୀ, ପ୍ରଭୁ ଗଣେଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚ୍ଚନା ପରେ ଛାତ୍ରିଛାତ୍ରଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା। ମଞ୍ଚ ପରିଚାଳନା ଏବଂ ପ୍ରାରମ୍ଭିକ କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱରୂପା ମାଝୀ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଅଳକା ପଟେଲ ବାର୍ଷିକୀ ବିବରଣୀ ପଠନ କରିଥିଲେ। ଉଭୟ ମଞ୍ଚ ପରିଚାଳନା ଏବଂ ସ୍ବାଗତ ସମ୍ଭାଷଣ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତଙ୍କ ଦ୍ଵାରା ଆବୃତ ହୋଇଥିଲା। ଅତିଥି ଗଣ ତାଙ୍କ ଅଭିଭାଷଣ ମାଧ୍ୟମରେ ଛାତ୍ରୀ, ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ, ଅବିଭାବକ ଏବଂ ଅବିଭାବକ ମାନଙ୍କୁ ଶିକ୍ଷାଦାତା ଓ ଶିକ୍ଷାର୍ଥୀ ଙ୍କ ଗୁରୁ ଦାୟିତ୍ଵ ଉପରେ ବୁଝାଇଥିଲେ। ମୁଖ୍ୟତଃ ଲକ୍ଷ୍ୟ ସ୍ଥିର କରି ଯେ କୌଣସି କାର୍ଯ୍ୟ କଲେ ସଫଳତା ମିଲି ପାରିବ, ଶିକ୍ଷକ ମାନେ ଯାହା କହିବେ ସେ କଥା କୁ ଗ୍ରହଣ କରି କାର୍ଯ୍ୟ କରିବ, ମୋବାଇଲ୍ କୁ ଉଚିତ ଢଙ୍ଗରେ ବ୍ୟବହାର କଲେ ତାହା ଉପଯୋଗୀ ହେବ, ପ୍ରତ୍ୟେକ ପିଲା ଙ୍କ ପାଖରେ ଲୁକ୍କାୟିତ ପ୍ରତିଭା ରହିଛି, ତାହା ବିକଶିତ କରିବା ଆବଶ୍ୟକତା ରହିଛି, ନିଜର ପ୍ରୟାସ ରହିଲେ ସବୁ କିଛି ସମ୍ଭବ ହେବ, ପ୍ରତିଯୋଗିତା ହେବା ନିହାତି ଜରୁରୀ କିନ୍ତୁ ତାହା ମାନବିକତା ମୂଲ୍ୟବୋଧ ହେବା ଦରକାର, ନୈତିକ ଶିକ୍ଷା ମା ବାପା ଙ୍କ ଠାରୁ ମିଳିଥାଏ, ସମସ୍ତ ଦିଗରେ ଆଗକୁ ବଢ଼ିବାକୁ ହେଲେ ନିଖୁଣତା ହେବା ଆବଶ୍ୟକ, ଶିକ୍ଷକ ମାନେ ହେଉଛନ୍ତି ଚଳନ୍ତି ଠାକୁର, ଜୀବନ୍ତ ଠାକୁର ବୋଲି ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ। ସମସ୍ତଙ୍କ ଅଭିଭାଷଣ ପରେ ପ୍ରକଳ୍ପ ପ୍ରଶାସକ ଶ୍ରୀ ଭୋଇ ତାଙ୍କ ଅଭିଭାଷଣରେ ସେ କହିଥିଲେ। ଆମ୍ଭେ ମାନେ ଗରିବ ଶ୍ରେଣୀ ରୁ ପଠା ପଢ଼ିବା ପାଇଁ ଏଭଳି ଅନୁସୂଚିତ ଜାତି ଓ ଜନଜାତି ଅନୁଷ୍ଠାନରେ ପଢ଼ିବା ପାଇଁ ସୁଯୋଗ ପାଇଛୁ। ସରକାର ଆମ୍ଭ ମାନଙ୍କୁ ସମସ୍ତ ଦିଗରେ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଆସୁଛନ୍ତି। ତେଣୁ ସେଇ ସୁବିଧା ସୁଯୋଗ କୁ ହାତ ଛଡା ନକରି ଆମେ ମାନେ ଆଗକୁ ବଢିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଏଥିସହ ନିଜେ ବଡ ମଣିଷ ହେବା ପାଇଁ ଚେଷ୍ଟା କର, ଏଥିସହ ଅନ୍ୟ ମାନଙ୍କୁ ମଧ୍ୟ ମଣିଷ ହେବାରେ ସହଯୋଗ କଲେ ହିଁ ଜୀବନରେ ଉନ୍ନତି ହେବ ବୋଲି କହିଥିଲେ। ଏହାପରେ ଜମି ପ୍ରଦାନକାରୀ ଙ୍କୁ ସମ୍ମର୍ଦ୍ଧନା କରାଯାଇଥିଲା। ଏଥିସହ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଏହି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଦ୍ୟାଶା ମହାକୁଲ ଙ୍କୁ ସ୍କୁଲ ତରଫରୁ ମାନପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଥିଲା। ଦିତୀୟ ପର୍ଯ୍ୟାୟରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ, ନୃତ୍ୟ ନାଟିକା, ନୃତ୍ୟ, ସଙ୍ଗୀତ ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବଡ ଧୁମଧାମ ରେ ପରିବେଷିତ ହୋଇଥିଲା। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଶତାଧିକ ଅଭିଭାବକ, ଅବିଭାବିକା, ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment