ନବରଙ୍ଗପୁର , 17.01.2021(ସନ୍ଧାନ ନିଉଜ୍): ପୁଣିଥରେ ତୃଣମୂଳସ୍ତରର ଅଧିକାରୀଙ୍କ ଉପରେ ବାଜିଛି ଦୁର୍ନୀତି ଛାଟ। ହିତାଧିକାରୀଙ୍କ ଟଙ୍କ ହଡ଼ପ କରି ନିଲମ୍ବିତ ହୋଇଛନ୍ତି ବିଡିଓ ଓ ଜେଇ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଓ ଜେଇ ସୁନୀଲ ସାମଲଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଶୌଚାଳୟ ପାଇଁ ଆସିଥିବା ଟଙ୍କା ହଡ଼ପ କରିବା ନେଇ ଉଭୟ ଅଧିକାରୀଙ୍କ ନାଁରେ ହୋଇଥିଲା ଅଭିଯୋଗ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଝରିଗାଁ ବ୍ଲକ୍ରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟକୁ ତର୍ଜମା କରିବା ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଉଭୟ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।
ତାଜା ଖବର
- ଧର୍ମଶାଳାରେ ଦ୍ୱିତୀୟ ବ୍ଲକ ଗଠନ ପାଇଁ ତୃତୀୟ ବୈଠକ ଶେଷ,
- ବେଆଇନ ଖଣି ରୁ କମ୍ପ୍ରେସର ଜବତ, ୨ ଗିରଫ,
- ବାଇକ୍ କୁ ଧକ୍କା ଦେଲା ବାଇକ୍ ଜଣେ ମୃତ ଦୁଇ ଗୁରୁତର,
- ସୁନ୍ଦରଗଡ ଜିଲ୍ଲାରେ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କଲେ ମାନ୍ୟବର ଉପବାଚସ୍ପତି
- ସାରା ରାଜ୍ୟରେ ସଡ଼କ ସପ୍ତାହ ପାଳନରେ କୋଇଲା ଓ ଆସ ବୋଝେଇ ଟ୍ରକ ଓ ଟ୍ରଲର ପାଇଁ ଯାଇଛି ଜୀବନ
- ଏଣ୍ଡଳବା ପଞ୍ଚାୟତ ରେ ଖୋଲିଲା ଧାନମଣ୍ଡୀ।
- ଆଜିଠୁ ସମ୍ବଲପୁରୀ ଧନୁଯାତ୍ରା, ୧୯ରେ କଂସ ଵଧ
- ୫୩ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣାରେ ମହିଳା ମୃତ,ଜଣେ ଆହତ ।
- କୁଲୁଣ୍ଡି ଟାଇଟନିକ କପ୍ କ୍ରିକେଟ ଫାଇନାଲରେ ଦେଦରନୂଆପାଲି ଉପବିଜେତା ପରମାଣପୁର ବିଜେତା
- ସମ୍ବଲପୁର ବେତ୍ରାପଡ଼ାରେ ଲୋକ ସେବକ ମଣ୍ଡଳ ଓ ସମାଜ ରଲିଫ କମିଟି ପକ୍ଷରୁ ୧୦୦ଟି ଗରିବ ଅସହାୟ ପରିବାରକୁ କମ୍ବଳ ବଣ୍ଟନ