ନବରଙ୍ଗପୁର , 17.01.2021(ସନ୍ଧାନ ନିଉଜ୍): ପୁଣିଥରେ ତୃଣମୂଳସ୍ତରର ଅଧିକାରୀଙ୍କ ଉପରେ ବାଜିଛି ଦୁର୍ନୀତି ଛାଟ। ହିତାଧିକାରୀଙ୍କ ଟଙ୍କ ହଡ଼ପ କରି ନିଲମ୍ବିତ ହୋଇଛନ୍ତି ବିଡିଓ ଓ ଜେଇ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଓ ଜେଇ ସୁନୀଲ ସାମଲଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଶୌଚାଳୟ ପାଇଁ ଆସିଥିବା ଟଙ୍କା ହଡ଼ପ କରିବା ନେଇ ଉଭୟ ଅଧିକାରୀଙ୍କ ନାଁରେ ହୋଇଥିଲା ଅଭିଯୋଗ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଝରିଗାଁ ବ୍ଲକ୍ରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟକୁ ତର୍ଜମା କରିବା ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଉଭୟ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।
ତାଜା ଖବର
- ସୋଲାର ବୋରୱେଲ ଅଚଳ, ପ୍ରାୟ ୪୦ଟି ପରିବାର ଗୁରୁତର ପାନୀୟ ଜଳ ସଙ୍କଟର ସମ୍ମୁଖୀନ
- ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରେ କ୍ରମାଗତ ଜଡିତ ଥିବା ଚୋର ଦଳ ଗିରଫ, ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ
- ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ
- ସବଡେଗା ସାପ୍ତାହିକ ହାଟ ଆବର୍ଜନାରେ ଭର୍ତ୍ତି, ବର୍ଷ ବର୍ଷ ଧରି ମୌଳିକ ସୁବିଧା ନାହିଁ
- ସଉନାମରା ପଞ୍ଚାୟତ କେଲୋଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅନିୟମିତତା ଭାବରେ ପାଚିକା ଚୟନ, ଗ୍ରାମବାସି ଅସନ୍ତୋଷ
- ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ: ଦୁଇ ଯୁବକ ଉଦ୍ଧାର, ଜଣେ ନିଖୋଜ:
- ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବ,ଚାନ୍ଦା ସଂଗ୍ରହ କରି କ୍ଲବ ମରାମତି କଲେ ଗ୍ରାମବାସୀ
- ଝାରସୁଗୁଡ଼ାର ପଞ୍ଚପଡା ଗ୍ରାମ ସ୍ଥିତ (ଶିବ ଉପବନ) ବ୍ରହ୍ମାକୁମାରୀ ଆଶ୍ରମରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ
- ରାଜ୍ୟ ସୀମାନ୍ତ ଲୁଲକିଡିହି ଛତିଶଗଡ଼ କୁ ସଂଯୋଗ କରୁଥିବା ବ୍ରିଜର ଅବସ୍ଥା ଶୋଚନୀୟ
- ସରକାରୀ ସ୍କୁଲରେ ପାଠ ପଢ଼ି ବିନା ଟ୍ୟୁସନ ଓ କୋଚିଂରେ ଓଜେଇଇ ପରୀକ୍ଷାରେ ପ୍ରଥମ ପ୍ରୟାସରେ ଜସ୍ମିନଙ୍କ ସଫଳତା



