ଶୃଙ୍ଖଳିତ ଓ ସଂରକ୍ଷିତ ନିର୍ବାଚନ ପରିଚାଳନା ସମସ୍ତଙ୍କର ଦାୟିତ୍ୱ : ପର୍ଯ୍ୟବେକ୍ଷକ

Spread the love

ଯାଜପୁର, ୦୫/୦୨/୨୦୧୨ (ସନ୍ଧାନ ନିଉଜ) : ନିର୍ବାଚନ ଏକ ଜାତୀୟ କାର୍ଯ୍ୟକ୍ରମ । ଏହାକୁ ଅତ୍ୟନ୍ତ ନିଷ୍ଠା ଓ ସତର୍କ ଭାବେ ପରିଚାଳନା କରିବା ଉଚିତ୍ । ମୁକ୍ତ, ଅବାଧ, ନିରପେକ୍ଷ ସହ ଚଳିତ ବର୍ଷ ସୁରକ୍ଷିତ ନିର୍ବାଚନ ପାଇଁ କମିଶନ ନିଦେ୍ର୍ଦଶ ଦେଇଚ୍ଥନ୍ତି ବୋଲି ଯାଜପୁର ଜିଲ୍ଳ୍ା ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଡଃ ପ୍ରତାପ କୁମାର ମିଶ୍ର ପରାମର୍ଶ ଦେଇଚ୍ଥନ୍ତି । ଶୁକ୍ରବାର ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କର ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ପର୍ଯ୍ୟବେକ୍ଷକ ଡଃ ମିଶ୍ର ନିର୍ବାଚନ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ । ବିନା କୈାଣସି ଚାପରେ ନିର୍ବାଚନକୁ ପରିଚାଳନା ପାଇଁ ପୁଲିଂ ଅପିଂସର ମାନେ ଗୁଣାତ୍ମକ ପ୍ରଶିକ୍ଷଣ ନେବା ଊପରେ ଗୁୁରୁତ୍ୱ ଦେଇ ଶ୍ରୀ ମିଶ୍ର ଭଲ ଭାବରେ ନିର୍ବାଚନ ପୁସ୍ତିକା ପଠନ ସହ ଉନ୍ନତ ମାନର ପ୍ରାକ୍ଟିକାଲ ଶିକ୍ଷା ନେବାକୁ ପରାମର୍ଶ ଦେଇଥିଲେ । କମିଶନ ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକାକୁ ଅକ୍ଷରେ ଅକ୍ଷରେ ପାଳନ ସହ କେଉଁଠି ସମସ୍ୟା ଥିଲେ ନିର୍ବାଚନ ଅଧିକାରୀ, ସୁପରଭାଇଜର ମାନଙ୍କୁ ଅବଗତ କରାଇ ସମାଧାନ କରାଇ ନେବାକୁ ସେ ମତ ବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ ନିର୍ବାଚନ ଏକ ସମ୍ମିଳିତ ଦାୟିତ୍ୱ ଓ ପୁରା ଟିମ୍ଟି ନିଜ ଦାୟିତ୍ୱକୁ ସୁଚାରୁ ରୂପେ ବୁଝି ତାହାର ପ୍ରୟୋଗ କଲେ ଶୃଙ୍ଖଳିତ ନିର୍ବାଚନ ସମ୍ଭବ ବୋଲି କହିବା ସହ ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଧର୍ମଶାଳା ବି.ଡି.ଓ. ଅରବିନ୍ଦ ବେହେରା, ଏ.ବି.ଡି.ଓ. ଅସିତ କୁମାର ପାତ୍ର, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଦିବ୍ୟକାନ୍ତି ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ଭାବେ ରୁଦ୍ର କେଶରୀ ସେଠୀ, , ଦୀପକ କୁମାର ଜେନା, ରନôାକର ସାହୁ, ମାନିକ କୁମାର ସଏ, ସୂର୍ଯ୍ୟ ନାରାୟଣ ବେହେରା, ଦୁଷ୍ମନ୍ତ ଗୋଚ୍ଚ୍ଥାୟତ, ରବିନ୍ଦ୍ର କୁମାର ଦାସ, ନିରଂଜନ ମଲ୍ଳ୍ିକ, ବିଷ୍ଣୁଦତ୍ତ ଧଳ, ଦେବେନ୍ଦ୍ର ସାମନ୍ତ, ବନମାଳି ମହାରଣା, ବୀର କିଶୋର ସେନାପତି, ଶିଶିର କୁମାର ପାଣିଗ୍ରାହୀ, ପ୍ରକାଶ କୁମାର ନାୟକ,

Related Posts

About The Author

Add Comment