ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ଶେଷ କରିବାକୁ ଆଇଜି ଡ. ସତ୍ୟଜିତ ନାୟକଙ୍କ ଆହ୍ୱାନ

Spread the love
କଟକ: ୧୧/୧୦/୨୬ (ସନ୍ଧାନ ନ୍ୟୁଜ)  ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ହିଂସାମୁକ୍ତ ଭାବେ ସମାପନ କରିବାକୁ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡ. ସତ୍ୟଜିତ ନାୟକ, ଆଇପିଏସ୍, ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ନିର୍ବାଚନରେ ସୁସ୍ଥ ପ୍ରତିଯୋଗିତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପରସ୍ପର ପ୍ରତି ସମ୍ମାନକୁ ଗୁରୁତ୍ୱ ଦେବା ସହ ହିଂସା, ଧମକ ଓ ବିଶୃଙ୍ଖଳାଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଛାତ୍ର ସଂସଦ ନିର୍ବାଚନ କେବଳ ନେତୃତ୍ୱ ଚୟନର ମାଧ୍ୟମ ନୁହେଁ, ବରଂ ଗଣତାନ୍ତ୍ରିକ ଆଚରଣ ଓ ଦାୟିତ୍ୱବୋଧର ପରିଚୟ ବୋଲି ସେ କହିଛନ୍ତି।  ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ରାଞ୍ଚଳ ଅଧୀନ ସମସ୍ତ ଜିଲ୍ଲାର ଏସ୍‌ପି ଓ ପୁଲିସ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ କ୍ୟାମ୍ପସ୍‌ରେ ବାହାର ଲୋକଙ୍କ ଅନଧିକୃତ ହସ୍ତକ୍ଷେପ ଓ ଅଶାନ୍ତି ସୃଷ୍ଟି ଉଦ୍ୟମକୁ ରୋକିବାକୁ ପୁଲିସକୁ କୁହାଯାଇଛି। ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷ ଓ ପୁଲିସକୁ ସହଯୋଗ କରିବା ସହ ନିୟମ ମାନି ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରନ୍ତୁ ବୋଲି ଆଇଜି ଡ. ନାୟକ ନିବେଦନ କରିଛନ୍ତି।

Related Posts

About The Author

Add Comment