ସୁନ୍ଦରଗଡ଼ ତା:୨୦/୦୬/2025 ତାରିଖ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଗତ ଜୁନ 16ତାରିଖ ରୁ ସୁନ୍ଦରଗଡ଼ ଜିଲ୍ଲା ର ବାଲିଶଙ୍କରା ବ୍ଲକ ଅଞ୍ଚଳ ରେ ଆଜି ପର୍ଯ୍ୟନ୍ତ ଲାଗି ରହିଛି ଲଘୁଚାପ ବର୍ଷା l ଲଗାତାର ବର୍ଷା ରେ ନଦୀ ନାଳ, କ୍ଷେତ ଖଳା ରେ ପୁରି ଗଲା ପାଣି l ଏହି ବର୍ଷା ଆସିବା ଦ୍ୱାରା କେତେକ ଜନ ସାଧାରଣ ଙ୍କ ସୁବିଧା ହୋଇଛି ତ କେତେକ ଜନ ସାଧାରଣ ଙ୍କ କ୍ଷତି ହୋଇଥିବା ଦେଖିବାକୁ ମିଳିଛି l ପ୍ରକାଶ ସୂତ୍ର ରୁ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ର ଦଳକୀ ଗ୍ରାମ ର ରୋଶନ ସରେଙ୍ଗ ଙ୍କ ମାଟି ଛପର ଘର ଲଘୁଚାପ ବର୍ଷା ଯୋଗୁଁ ଧସି ଯାଇଥିବା ଦେଖିବାକୁ ମିଳିଛି l ମାଟି ଘର ଧସି ଯିବା ହେତୁ ଘର ଭିତରେ ଥିବା ଘରୋଇ କାଗଜ ପତ୍ର, ଖାଇବା ଜିନିଷ ପତ୍ର, ଗୋଟିଏ ସାଇକେଲ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l ଘର ଧସିଲା ପରେ ସ୍ଥାନୀୟ ତହସିଲଦାର, ଆର. ଆଇ ଙ୍କୁ ରୋଶନ ସରେଙ୍ଗ ଲିଖିତ ଦରଖାସ୍ତ ଦେଲା ପରେ ଏକ ପ୍ଲାଷ୍ଟିକ ଦରି ଢାଙ୍କିବା ମିଳିଛି ବୋଲି ରୋଶନ ସରେଙ୍ଗ କହିଛନ୍ତି l ଏପରି ଅବସ୍ଥା ରେ ସେ କେଉଁଠି ରହିବେ କଣ ଖାଇବେ ତାହା ଚିନ୍ତା ବଢ଼ାଇଛି ବୋଲି ରୋଶନ ପ୍ରକାଶ କରିଛନ୍ତି l ପ୍ରଶାସନ ତରଫରୁ ଘର ଟିଏ ମିଳିଲେ ଓ କ୍ଷତି ପୂରଣ ପାଇଁ କିଛି ଅନୁଦାନ ମିଳିଲେ ଭଲ ହୁଅନ୍ତା ବୋଲି ପ୍ରକାଶ କରିଛନ୍ତି ରୋଶନ ସରେଙ୍ଗ l ଦେଖିବାକୁ ବାକି ରହିଲା ପ୍ରଶାସନ କଣ ସୁବିଧା କରୁଛି l
ଲଘୁଚାପ ବର୍ଷା ଯୋଗୁଁ ଧସିଲା ମାଟି ଘର
|
June 20, 2025 |
