ରୁନଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସଭାଗୃହରେ ଜନ ଆରୋଗ୍ୟ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୧୧/୧୦/୨୦୨୬(ସନ୍ଧାନ ନ୍ୟୁଜ) ବଡ ଗାଁ ବ୍ଲକର ରୁନଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସଭାଗୃହରେ ଜନ ଆରୋଗ୍ୟ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟା ସୋନାଲି ଲାକ୍ରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ସ୍ଥାନିୟ ସରପଞ୍ଚ ଶ୍ରୀମତୀ ଆଶିଶାନ କେରକେଟା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଡ ଗାଁ ବ୍ଲକ ସୁପରିଟେନଡେଣ୍ଟ ଶ୍ରୀଯୁକ୍ତ ସାରଦାପ୍ରସନ୍ନ ଜେନା, ରୁନ ଗାଁ ମେଡିକାଲ ଅଫିସର ଶ୍ରୀଯୁକ୍ତ ଅସିତ୍ କୁମାର ଆଚାର୍ଯ୍ୟ,ବ୍ଲକ ଅକାଉନଟେଣ୍ଟ ଦୀପକ କୁମାର ବେହେରା,ଫାର୍ମାସିଷ୍ଟ ଅଫିସର୍ ଅରୁଣ କୁମାର ଶତପଥୀ ସହିତ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହିତ ଭଦ୍ରମଣ୍ଡଳୀ ଉପସ୍ଥିତ ରହିଥିଲେ। ତାଙ୍କ ସହିତ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତି ଗୀତାଞ୍ଜଳି ରାଉତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ନିହିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା ।

Related Posts

About The Author

Add Comment