ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା

Spread the love

ବାରିପଦା, 10.02.2021 (ସନ୍ଧାନ ନିଉଜ୍):- ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ନୂଆ ତଥ୍ୟ । ମହିଳା ଜଣଙ୍କ ଗର୍ଭବତୀ ଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି । ଫିଙ୍ଗର ଫ୍ରିଣ୍ଟ ଯାଞ୍ଚ ପାଇଁ କୋର୍ଟରେ ଆବଦେନ କରିବ କମିଶନରେଟ୍ ପୋଲିସ । ହାଇକୋର୍ଟ ନଚେତ୍ ଉପରିସ୍ଥ କୋର୍ଟରେ ପୋଲିସ ଆବେଦନ କରିବ । ଆଧାର କାର୍ଡରେ ମହିଳାଙ୍କ ପରିଚୟ ପାଇଁ ପୋଲିସ ଏଭଳି ଯୋଜନା କରିଛି । କୋର୍ଟ ଅନୁମତି ଦେଲେ ଫିଙ୍ଗର ପ୍ରିଣ୍ଟକୁ ନେଇ ଆଧାର ଯାଞ୍ଚ ହେବ । ମହିଳାଙ୍କ ଡିଏନଏ ଟେଷ୍ଟ ପାଇଁ କିଛି ସାମ୍ପୁଲ ରଖାଯିବ ବୋଲି ପୋଲିସ ସୂଚନା ଦେଇଛି ।  ମହିଳାଙ୍କ ମୃତ୍ୟୁକୁ ନେଇ ବଢ଼ିବଢ଼ି ଚାଲିଛି ସସ୍‌ପେନ୍ସ । ପୋଲିସକୁ ନା ପରିଚୟ ମିଳୁଛି ନା ସୁରାକ୍ ? ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଦାସପୁର ରାସ୍ତାକଡ଼ରୁ ମିଳିଥିବା ମୁଣ୍ଡବିହୀନ ମହିଳା କିଏ ? କେଉଁଠି ତାଙ୍କ ଘର ? କିଏ ଆଣି ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଛି ? କମିଶନରେଟ୍‌ ପୋଲିସ ଏଭଳି କିଛି ପ୍ରଶ୍ନର ଉତ୍ତର ଅଣ୍ଡାଳି  ହେଉଥିବା ବେଳେ ଖିଅ ପାଇବାକୁ ଭୁବନେଶ୍ବରରେ ଲଗାଇଥିଲା ପୋଷ୍ଟର । ମୁଣ୍ଡବିହୀନ ମହିଳାଙ୍କୁ ଚିହ୍ନଟ ପାଇଁ ପୋଷାକ ଆଧାରରେ ପୋଷ୍ଟର ତିଆରି କରିଥିଲା । ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ଓ ଡାହାଣ ହାତ କହୁଣୀ ତଳକୁ ଏକ ତ୍ରିଶୂଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଥିଲା । ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଥିଲା । ମୃତ ମହିଳାଙ୍କ ସଠିକ୍ ପରିଚୟ ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ ବୋଲି କମିସନରେଟ୍ ପୋଲିସ ପକ୍ଷରୁ କୁହାଯାଇଥିଲା । ଏସବୁ ସତ୍ତ୍ବେ ମଧ୍ୟ ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଦୁଇ ଦୁଇ ଥର ମୁଣ୍ଡ ବିହୀନ ମହିଳାଙ୍କ ମରଶରୀରକୁ କରାଯାଇଛି ପୋଷ୍ଟମର୍ଟମ । ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ଗଳା ଚିପି ହତ୍ୟା କରାଯିବା ପରେ ମହିଳାଙ୍କ ତଣ୍ଟି କଟା ଯାଇଥିବା ସୂଚନା ମିଳିଥିଲା ।

Related Posts

About The Author

Add Comment