ସୁନ୍ଦରଗଡ ତା:୨/୭/୨୦୨୪(ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ରାଜ୍ୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରୀ କରାଯାଇଛି l ଏହି ବିଷୟ ରେ ଗତକାଲି ତଲସରା ଥାନା ଅଧିକାରୀ ଶ୍ରୀ ଯୁକ୍ତ ପୁଷ୍ପେନ୍ଦ୍ର ସାଗର ଙ୍କ ଅଧ୍ୟକ୍ଷତା ରେ ତଲସରା ଥାନା ପରିସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ତଲସରା ଥାନା ଅନ୍ତର୍ଗତ ବହୁ ଅଞ୍ଚଳ ରୁ ଅନେକ ବୁଦ୍ଧିଜୀବୀ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ l ଏହି ବୈଠକ ରେ ନୂତନ ଅପରାଧିକ କାର୍ଯ୍ୟକାରିତା ବିଷୟ ରେ ତଲସରା ଅଧିକାରୀ ଶ୍ରୀ ଯୁକ୍ତ ପୁଷ୍ପେନ୍ଦ୍ର ସାଗର ଦିଗଦର୍ଶନ ଦେଇଥିଲେ l ସେ କହିଥିଲେ କେତେକ ବର୍ତ୍ତମାନ ସର୍ବ ସାଧାରଣ ଙ୍କ ପାଇଁ କିପରି ଭାବରେ ଥାନା ରେ ନୁଆଁ ନିୟମ କୁ ନେଇ ଚଳିବାକୁ ପଡିବ, କେମିତି ଅପରାଧୀ ଙ୍କ ଦଣ୍ଡ ବିଧାନ ରହିବ ସେ ବିଷୟ ରେ ଆଲୋକ ପାତ କରିଥିଲେ l ସର୍ବ ସାଧାରଣ ରେ କିପରି ସୁରକ୍ଷା ରହିବେ, କଣ କଲେ ସୁରକ୍ଷା ଦେଇ ପାଇବା ସେ ସବୁ ବିଷୟ ରେ ଜଣାଇଥିଲେ l ରାସ୍ତା ରେ ଯାନ ବାହାନ କିପରି ସୁଚାରୁ ରୂପେ ଚଲାଚଲ ହେବା ସହିତ ଗ୍ରାମରେ ନିଶା ନିବାରଣ, ଚୋରି ଡକାୟତି ରୋକା ଯାଇ ପାରିବ ସେ ବିଷୟ କହିଥିଲେ l ଏଥିରେ ସର୍ବ ସାଧାରଣଙ୍କ କଣ ଭୂମିକା ରହିବ ସେ ସବୁ ବିଷୟ ରେ ଟିକିନିଖି ବୁଝାଇ କହିବା ସହିତ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ଜଣାଇ ସଭା ସମାପ୍ତ କରିଥିଲେ l
ରାଜ୍ୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରୀ
|
July 2, 2024 |
