ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦତ୍ତଃ ସୂଚନା ମୁତାବକ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪୭୯ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଖୋର୍ଦ୍ଧା ଜିଲ୍ଲାରୁ ୪୨୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୩୧୧, ସମ୍ବଲପୁରରୁ ୧୭୯, ଝାରସୁଗୁଡ଼ାରୁ ୧୫୬, ମୟୂରଞ୍ଜରୁ ୮୦, ସୁବର୍ଣ୍ଣପୁରରୁ ୫୬, ଯାଜପୁରରୁ ୪୭, ପୁରୀରୁ ୪୪, ଦେବଗଡ଼ରୁ ୩୭, ଅନୁଗୁଳ ଓ ବଲେଶ୍ୱରରୁ ୩୪ ଜଣ, ଢେଙ୍କାନାଳରୁ ୨୮, ଜଗତସିଂହପୁର ଓ ନବରଙ୍ଗପୁରରୁ ୨୪ ଜଣ, ରାୟଗଡ଼ାରୁ ୨୧, କନ୍ଧମାଳରୁ ୧୭, ଗଂଜାମ ଓ ନୟାଗଡ଼ରୁ ୧୫, ବରଗଡ଼ ଓ ବଲାଙ୍ଗୀରରୁ ୧୪, କେନ୍ଦ୍ରାପଡ଼ାରୁ ୯, ଗଜପତିରୁ ୮, ଭଦ୍ରକରୁ ୬, କଳାହାଣ୍ଡିରୁ ୪ ଓ ଷ୍ଟେଟ୍ପୁଲ୍ରୁ ୧୦୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ଓଡ଼ିଶାରେ ହୁ ହୁ ହୋଇ ବଢୁଥିବା ସଂକ୍ରମଣ ମଧ୍ୟରେ ଆଜି ୧୦,୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୫ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୯୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୪୩୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିଲେ । ଏହା ସହିତ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧,୧୧,୮୭୯ ରେ ପହଁଞ୍ଚିଛି ।