ରାଉରକେଲା ଫଟୋଗ୍ରାଫର ଆସୋସିଏସନର ବାର୍ଷିକୋତ୍ସବ

Spread the love

ରାଉରକେଲା, 08/01.(ସନ୍ଧାନ ନ୍ୟୁଜ) : ରାଉରକେଲା ଫଟୋଗ୍ରାଫର ଆସୋସିଏସନର ବାର୍ଷିକ ଉତ୍ôସବ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ  ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ମହାମାରୀ କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ବାର୍ଷିକ ଉତ୍ସବକୁ ଏକତ୍ର ଗୋଟିଏ ସ୍ଥାନରେ ପାଳନ ନକରାଯାଇ ଏହାକୁ ସାରନଗରୀ, ରାଜଗାଙ୍ଗପୁର ବୀରମିତ୍ରପୁର ଓ ବନ୍ଧମୁଣ୍ଡାରେ  ଆସୋସିଏସନର ସଦସ୍ୟ ମାନଙ୍କୁ ନେଇ ପାଳନ କରାଯାଇଥିଲା । ସାରନଗରୀର ସେକ୍ଟର-୨୨ ଠାରେ ଆୟୋଜିତ  ଉକ୍ତ ବାର୍ଷିକ ଉତ୍ôସବରେ ଆସୋସିଏନର ସଭାପତି ଅତୁଲ ସଂଘଭି, ସମ୍ପାଦକ ଦିଲୀପ ମହାନ୍ତି ଓ ଅନ୍ୟାନ ବରିଷ୍ଠ ସଦସ୍ୟ ଯୋଗଦେଇ ବାର୍ଷିକ ଉତ୍ôସବ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଅବସରରେ ରାଉରକେଲା ଫଟୋଗ୍ରାଫର ଆସୋସିଏସନରେ ଥିବା ସଦସ୍ୟ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ଏହାର ସମାଧାନ କିପରି ବାହାରି ପାରିବ, ସେ ସମ୍ବନ୍ଧରେ ସଂକ୍ଷିପ୍ତ ଭାବେ ଆଲୋଚନା କରାଯିବା ସହ ରାଉରକେଲାରେ ଫଟୋ ଦୋକାନ କରି  ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନଙ୍କୁ  ଏକଜୁଟ ହୋଇ ରହିବାକୁ ଆସୋସିଏସନ ପକ୍ଷରୁ  ଧ୍ରୁବଚରଣ ମହାନ୍ତି ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସେକ୍ଟର-୨୨ ଅଂଚଳର ଫଟୋଗ୍ରାଫର  ଅଜିତ ନାୟକ, ରମେଶ ତନ୍ତୀ, ଲାଲବାବୁ ସାହାଣୀ, ଲଲନ ସାହାଣୀ, ମଧୂସୂଦନ ସାହାଣୀ, ଜିତେନ୍ଦ୍ର, ରମେଶ, ଅଜିତଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କେକ୍ କଟାଯାଇ ନୂତନବର୍ଷକୁ ସ୍ୱାଗତ କରାଯିବା ସହ ସମସ୍ତ ଫଟୋଗ୍ରାଫର ଭାଇମାନେ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ ।

Related Posts

About The Author

Add Comment