ଯୁବସମାଜ ପାଇଁ ତମାଖୁମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ତମାଖୁ ଜାତୀୟ ନିୟନ୍ତ୍ରଣ କାର୍ଯ୍ୟକ୍ରମ

Spread the love
ଯାଜପୁର, ସନ୍ଧାନ ନ୍ୟୁଜ :-ଯୁବପିଢିଙ୍କ ମଧ୍ୟରେ ଭୟଙ୍କର ଭାବେ ବଢ଼ି ଚାଲିଥିବା ନିଶା ସେବନର ଅଭ୍ୟାସକୁ ପ୍ରତିହତ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଯାଜପୁର ପକ୍ଷରୁ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ ଆରମ୍ଭ କରାଯାଇଛି। ଜିଲ୍ଲାସ୍ତରରେ ଚାଲିଥିବା ଏବଂ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖକୁ ଚୂଡ଼ାନ୍ତ କରି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଜନ ସ୍ଵାସ୍ଥ୍ୟ ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ତମାଖୁର କୁପ୍ରଭାବ, ଏହାର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଜାତୀୟ ସ୍ତରରେ ଥିବା ଆଇନ୍ ବ୍ୟବସ୍ଥା ଏବଂ ଯୁବସମାଜ ଉପରେ ତମାଖୁର ଖରାପ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ତମାଖୁ ନିୟନ୍ତ୍ରଣ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଆଗାମୀ ଦିନର ଯୋଜନା ଏବଂ ତମାଖୁ ନିୟନ୍ତ୍ରଣ ଦିଗରେ ବିଭିନ୍ନ ବିଭାଗର ଦାୟିତ୍ବ ଉପରେ ତଥ୍ୟ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ତମାଖୁ ସେବନର ଭୟାବହତା ସମ୍ପର୍କିତ ବ୍ୟାନର ଓ ପୋଷ୍ଟର ମରାଯିବା ସହ, ଅଭିଭାବକ ମାନଙ୍କୁ ସଚେତନ କରାଯାଇ ପିଲାମାନଙ୍କୁ ନିଶା ସେବନରୁ ନିବୃତ୍ତ ରଖିବାକୁ ହୋଇଥିବା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପସ୍ଥିତ ଅଧିକାରୀମାନେ ଜୋର୍ ଦେଇଥିଲେ। ଗତକାଲି ଅପରାହ୍ନ ରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ସଭାପତିତ୍ବରେ ଆଉ ଏକ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ  ୨୦୨୪-୨୫ ର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଶିବାଶିଷ ମହାରଣା, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ, ଡ଼ା. ଶିବପ୍ରସାଦ ସାହୁ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଲେପ୍ରସୀ,ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ ,ଏ ଡି ପି ଏଚ ଓ, ଡି ସି,ଡ଼ା. ପ୍ରଦୀପ୍ତ କୁମାର ସାହୁ, ଏ ଡି ପି ଏଚ ଓ, ଭି ବି ଡି,ଭାରପ୍ରାପ୍ତ ଔଷଧ ନିରୀକ୍ଷକ ସଞ୍ଜୟ କୁମାର ହାଁସଦା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଅଧିକ୍ଷକ ଅବକାରୀ ବିଭାଗ, ମଙ୍ଗଳପୁର, ଦାନଗଦି, କୋରେଇ, ରସୁଲପୁର, ଧର୍ମଶାଳା, ସୁକିନ୍ଦା, ଏବଂ ବଡ଼ଚଣା ବ୍ଲକର ଚିକିତ୍ସାଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଚଳିତ ମାସ ୧୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ୭ ଟି ବ୍ଲକରେ ଚାଲିବାକୁ ଯାଉଥିବାର ଜିଲ୍ଲାପାଳ ମହୋଦୟା ବ୍ୟାପକ ଜନ ସଚତନତା ଉପରେ ଜୋର୍ ଦେବା ସହ ଏଥି ସହ ସଂପୃକ୍ତ ଲକ୍ଷଣ ମାନ ଦେଖାଦେଲେ ନିକଟସ୍ଥ ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ କିମ୍ବା ଡ଼ାକ୍ତରଖାନା ସହ ଯୋଗାଯୋଗ କରିବାପାଇଁ ଜଣାଇଥିଲେ।ଏହି ଅଭିଯାନ କାର୍ଯ୍ୟରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ସମନ୍ୱୟ ଓ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଆଶା କର୍ମୀ ମାନେ ଘରକୁ ଘର ବୁଲି ସର୍ଭେ କରିବେ। ଉକ୍ତ ବୈଠକରେ ଡ଼ା. ସତ୍ୟନାରାୟଣ ତ୍ରିପାଠୀ  ବିବରଣୀ ପାଠ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Posts

About The Author

Add Comment