ରସୁଲପୁର,୯/୬(ସନ୍ଧାନ ନିୟୁଜ/ଗିତାଞ୍ଜଳୀ ପତି) ରସୁଲପୁର ତହସିଲ ଅନ୍ତର୍ଗତ ରସୁଲପୁର ଗାଁରେ ଆଜି ଅପରାହ୍ନରେ ବଜ୍ରାଘାତରେ ଗୋଟିଏ ପରିବାରର ୨ବଖରା ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡ ଗ୍ରାମର ତେଲି ସାହିର ମଙ୍ଗୁଳି ସାହୁଙ୍କ ଘରେ ଘଟିଥିଲା । ଫଳରେ ଚାହୁଁ ଚାହୁଁ ଘର ଜଳିଯିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାସପତ୍ର ପୋଡି ଯାଇଥିଲା । ଖବର ପାଇ ରସୁଲପୁର ଦମକଳ କେନ୍ଦ୍ର ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ମାତ୍ର ନିଆଁ କବଳରୁ ଘରକରଣା ସାମଗ୍ରୀକୁ ଉଦ୍ଧାର କରିପାରି ନଥିଲେ । ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିବାରୁ ରସୁଲପୁର ତହସିଲ ପ୍ରଶାସନ ବିପନ୍ନ ପରିବାର ନିକଟରେ ପହଁଚିବାରେ ବିଫଳ ହୋଇଛନ୍ତି । ଫଳରେ ତହସିଲ ପ୍ରଶାସନ ପକ୍ଷରୁ ଅଗ୍ନିବିପନ୍ନ ପରିବାର ନିକଟରେ ପ୍ରାଥମିକ ସହାୟତା ପହଁଚି ପାରିନାହିଁ । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
ଯାଜପୁର: ବଜ୍ରାଘାତରେ ୨ବଖରା ଜଳିଗଲା
|
June 10, 2018 |
