ଯାଜପୁର, ୨/୨- ଯାଜପୁର ସହରରେ କୃଷକମାନଙ୍କ ପାଇଁ ପ୍ରଥମେ କିଆନାଳୀକୂଳ ରା.ଏମ୍.ସି ମାର୍କେଟରେ ଜାଗା ଦେଇ ପିଣ୍ଡି ନିର୍ମାଣ ହୋଇଥିଲା । କୋଭିଡ଼ ମହାମାରୀ ୨୦୧୯ ମସିହାରେ ଗହଳି ହେବାରୁ ତାହାକୁ ବାଳାଶ୍ରମ ପଡ଼ିଆକୁ ଉଠାଇ ଦିଆଗଲା । ବନ୍ୟା ସମୟରେ କୃଷକମାନେ ବିରଜା ରିଂ ରୋଡ଼ କଡ଼ରେ ବସି ବେପାର କଲେ । ୨୦୨୧-୨୨ରେ ବାଳାଶ୍ରମ ପଡ଼ିଆର ଉକ୍ତ ପଡ଼ିଆର ଆଗକୁ ବସିବାକୁ ଦିଆଗଲା । ପୁନଶ୍ଚ ଉକ୍ତ ଜାଗାରୁ କୃଷକମାନଙ୍କୁ ଉଠାଇ ତା ଆଗକୁ ବସାଇବା ପାଇଁ ସ୍ଥାନ ନିରୁପଣ କରାଗଲା । ପୁନଶ୍ଚ ଆସନ୍ତା ଯାଜପୁର ଜିଲ୍ଲା ମହୋତ୍ସବ ପାଇଁ ଉକ୍ତ କୃଷକ ବଜାରକୁ ଉଠାଇ, ପୁରୁଣା ସବ୍ରେଜିଷ୍ଟ୍ରାର ଅଫିସ୍ ସ୍ଥାନରେ ବସାଇ ଦିଆଗଲା । ବିରାଡ଼ି ତା ଛୁଆମାନଙ୍କୁ ଯେପରି ୭ଜାଗା କରେ ସେହିପରି କୃଷକ ବଜାର ଅବସ୍ଥା । କୃଷକ ବଜାର ପାଇଁ ସ୍ଥାୟୀ ଜାଗା ନିରୁପଣ କରି ପିଣ୍ଡି ସ୍ଥାପନ କରି ସେମାନଙ୍କୁ ଥଇଥାନ କରିବାକୁ କଂଗ୍ରେସ୍ର ବରିଷ୍ଠ ନେତା ତଥା ଜିଲ୍ଳା ଉପଭୋକ୍ତା ସମିତିର ସଭାପତି ଦିଗାମ୍ବର କର ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଯାଜପୁର ଟାଉନ୍ରେ କୃଷକ ବଜାର ର ସ୍ଥିରତା ନାହିଁ ହଟହଟା ହେଉଛନ୍ତି ଚାଷୀ
|
February 2, 2023 |



