ଯାଜପୁର ସଦର, ୨୦ା୦୨: ଯାଜପୁର ଜିଲ୍ଲାରେ ତୃତୀୟ ପ୍ରର୍ଯ୍ୟାରେ ନିର୍ବାଚନ ହେଉଥିବା ବେଳେ, ବିଞ୍ଝାପୁର ବ୍ଲକ ବାଛଳ ପଂଚାୟତରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ କରାଯାଉଥିବା ବେଳେ, ମାଫିଆ ମାନେ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଥିବା ଘଟଣାକୁ ନେଇ ଜିଲ୍ଲାପ୍ରଶାସନକୁ ଅବଗତ କରାଯାଇଥିବା ବେଳେ, ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଆଉ ବରଦାସ୍ଥ କରାଯିବ ନାହିଁ ବୋଲି ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଲାଇବାପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିବା ବେଳେ, ବାରମ୍ବାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ମାଫିଆ ମାନଙ୍କ ଆକ୍ରମଣ ରାଜନୈତିକ ନେତାମାନଙ୍କ ପ୍ରରୋଚନାରେ ଗୁଣ୍ଡାରାଜ ଚଳାଇଥିବା ନେତାମାନଙ୍କ ବାହୁଛାୟା ତଳେ ରହିଥିବା ଏହି ଗୁଣ୍ଡାମାନେ ବାରମ୍ବାର ସାମ୍ବାଦିକ ମାନଙ୍କ ଉପରେ ଏହି ଜିଲ୍ଲାରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ବିଞ୍ଝାପୁର ବ୍ଲକ ଏବଂ କୋରେଇ ବ୍ଲକର କରାଯାଉଥିବା ବଳେ ବୁଥ ମାନଙ୍କୁ ଜବରଦଖଲ କରିବାକୁ ଏହି ମାଫିଆ ମାନେ ଯାଉଥିବା ବେଳେ, ସେମାନଙ୍କର ଫଟୋ ଉତ୍ତୋଳନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯାଉଥିବା ସମୟରେ ପ୍ରଶାସନର ଉପସ୍ଥିତିରେ ଏହି ୪ର୍ଥ ସ୍ତମ୍ଭରେ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ କରାଯାଉଚି । ବିଞ୍ଝାରପୁର ବ୍ଲକର ବାଛଳ ପଂଚାୟତରେ ଭୋଟ ଚାଲୁଥିବା ବେଳେ, ଜୋର ଜବରଦସ୍ତ ବୁଥ ଦଖଲ କରିବାକୁ ଏହି ଗୁଣ୍ଡାମାନେ ପୋଲିସର ଉପସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ କରାଗଲା । ତାହା କଳଙ୍କ ସୃଷ୍ଟି କଲା । ସାମ୍ବାଦିକମାନଙ୍କ ସୁରକ୍ଷା ଆଇନି ଆଣିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଏପରି କରାଯାଉଚି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖ ପ୍ରକାଶ କରିବା ସହିତ ମାଫିଆ ଗୁଣ୍ଡାମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହିତ ଦୋଷିମାନଙ୍କ ବିରୋଧରେ କାର୍ଯର୍ାନୁଷ୍ଠାନ ନେବା ସହିତ କଡ଼ା ଦଫା ଲଗାଯିବା ସହିତ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ନିର୍ବାଚନ କମିସନଙ୍କୁ ଭେଟି ଦାବି ପତ୍ର ଦେବା ସହିତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ସାମ୍ବାଦିକ ୟୁନିୟନର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ରାଜ୍ୟ ସମ୍ପାଦକ ସମରଜିତ ମହାନ୍ତି ରାଜ୍ୟ ଉପସଭାପତି କିଶାନ ରାଉତ ନିର୍ବାଚନ କମିଶନଙ୍କ ନିକଟରେ ଦାବି ପତ୍ରଦେଇଛନ୍ତି । ଯାଜପୁର ଜିଲ୍ଲା ଏସପି ଶ୍ରୀଯୁକ୍ତ ରାହୁଲ ପିଆର ଏବଂ ଡିଜିଙ୍କ ନିକଟରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣାର ଆସାମୀ ମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଟାନ କରାଯିବା ଲାଗି ଡିଜି ଏବଂ ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସଂ ରାଠୋର ପଦକ୍ଷେପ ନେବାପାଇଁ ସାମ୍ବାଦିକ ମାନଙ୍କୁ ନିର୍ବାଚନ ସରବା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇବା ଲାଗି ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଯାଜପୁର ଜିଲ୍ଲାରେ ସାମ୍ବାଦିକ ଉପରେ ଆକ୍ରମଣ; ପ୍ରଶାସନ ଅବିମୁଖ୍ୟ ସ୍ପଷ୍ଟ କରୁ
|
February 21, 2022 |