ଯାଜପୁର ସଦର/ସନ୍ଧାନ ନ୍ୟୁଜ : ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ଦଶରଥପୁର ବ୍ଲକର ୧୦୮ ଆମ୍ବୁଲାନସ କଟକ ବଡ଼ ଡ଼ାକ୍ତରଖାନାରୁ ରୋଗୀ ଛାଡି ଫେରୁଥିବା ବେଳେ ଗତକାଲି ବିଳମ୍ୱିତ ରାତିରେ ଅଜଣା ଗାଡ଼ି ସହିତ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ।ଦୁର୍ଘଟଣାରେ ଆଟେଣ୍ଡାଣ୍ଟ ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ବଉଳାଙ୍ଗ ମଧୁପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହୋଇଛି। ମୃତଦେହ ଧର୍ମଶାଳା ଚିକିତ୍ସାଳୟରେ ଥିବା ବେଳେ ଡ୍ରାଇଭର କୈଳାସ ପଣ୍ଡା ଏବଂ ଆଶିଷ କୁମାର ପାତ୍ର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଛନ୍ତି।ଧର୍ମଶାଳା ମେଡିକାଲ ରେ ଅଚ୍ୟୁତଙ୍କ ଶବ ବ୍ୟବଚ୍ଛେଦ ହେବାପରେ ତାଙ୍କୁ ମଧୁପୁର କୁ ନିଆଯାଇଥିଲା ପରେ ଗାଁ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶେଷକୃତ୍ୟ ସମୟରେ ଯାଜପୁର ଜିଲ୍ଲା ୧୦୮ ସଂଘର ପୂର୍ବତନ ସଭାପତି ମାନସ ରଞ୍ଜନ ତ୍ରିପାଠୀ, ସମ୍ପାଦକ କାହ୍ନୁ ଚରଣ ପଣ୍ଡା,ସଦସ୍ୟ ଜ୍ଞାନ ରଞ୍ଜନ ମଲ୍ଲିକ,ସାରଦା ମହାରଣା,ଅମିୟ ଜେନା,ପ୍ରଶାନ୍ତ ସାମଲ,ଶୁଭ୍ରାଂଶୁ ମଲ୍ଲିକ,ପ୍ରଦୀପ ମଲ୍ଲିକ,ବଳରାମ ବେହେରା,ଭବାନନ୍ଦ ମିଶ୍ର, କାହ୍ନୁ ଚରଣ ପଣ୍ଡା,ଶିବ ପ୍ରସାଦ ଦାସ,ସୌଭାଗ୍ୟ ଦାସ, ଉତ୍ସବ ପାତ୍ର,ସ୍ମୃତି ସୌରଭ ଓ କ୍ଲଷ୍ଟର ଲିଡର ସୌମ୍ୟ ରଞ୍ଜନ ଦାସ ଉପସ୍ଥିତ ଥିଲେ। ଶ୍ରମ ନିୟମକୁ ଉଲଘଂନ କରି ସେବା ଯୋଗାଣକାରୀ ଏମ୍ରି ଗ୍ରୀନ ସଂସ୍ଥା ୮ ଘଣ୍ଟା ବଦଳରେ ୨୪ ଘଣ୍ଟା କାର୍ଯ୍ୟରେ ଲଗାଉଥିବା ବେଳେ ଏପରି ବାରମ୍ବାର ଦୁର୍ଘଟଣା ଘଟୁଛି। କିଛିବର୍ଷ ପୂର୍ବରୁ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକର ୧୦୮ ଆମ୍ବୁଲାନ୍ସ ଛତିଆ ନିକଟରେ ଦୁର୍ଘଟଣାର ଶିକାର ହୋଇ ଆଟେଣ୍ଡାଣ୍ଟ ରଞ୍ଜିତ ମଲ୍ଲିକ ଙ୍କ ମୃତ୍ୟୁ ଘଟିଥିଲା ତଥାପି କମ୍ପାନୀ କି ସରକାର କେହି ସଚେତନ ନହେବାରୁ ପୁଣି ଏହିପରି ଦୁର୍ଘଟଣା ଘଟିଥିବା ସାଧାରଣରେ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ ଦଶରଥପୁରର ଏହି ୧୦୮ ଗାଡି ଦିନରେ ୬ଟି ରୋଗୀ ସେବା ଦେବା ପରେ ସଂଧ୍ୟାରେ ରୋଗୀକୁ କଟକରେ ଛାଡି ଫେରିଲା ବେଳେ ଦୁର୍ଘଟଣା ଘଟିଛି। ତେବେ ଡ୍ରାଇଭରମାନଙ୍କୁ ବିଶ୍ରାମ ପାଇଁ ସମୟ ମିଳୁନଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ୧୦୮ କର୍ମଚାରୀ ସଂଘ ପକ୍ଷରୁ କୁହାଯାଉଛି। ଯାହାକି ଚଳିତ ମାସରେ ଓଡିଶାରେ ମୋଟ ୧୦ଟି ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଣୁ କର୍ମଚାରୀମାନଙ୍କୁ ଶ୍ରମ ନିୟମାନୁସାରେ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ସାଧାରଣରେଦାବି ହେଉଛି।
ଯାଜପୁରରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଆଟେଣ୍ଡାଣ୍ଟ ଅଚ୍ୟୁତାନନ୍ଦ ବାରିକ ମୃତ୍ୟୁ
|
May 26, 2025 |
