ମୃତ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ତଦନ୍ତ ପରିସରକୁ ଆଣିବା ଆବଶ୍ୟକ, ଶୁଭଶ୍ରୀଙ୍କ ବାପା

Spread the love
  •  
  •  
  •  
  •  
  •  

ଯୋଡ଼ା,୧୫/୧: ଲମ୍ବୁଛି ଯୋଡ଼ାର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା । ମୃତ୍ୟୁର ଦୀର୍ଘ ୧୫ ଦିନ ପରେ ମୁହଁ ଖୋଲିଲେ ବାପା । ପୁରୁଷ ବନ୍ଧୁ ଦିବ୍ୟରଞ୍ଜନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କଲେ ବାପା ମନୋରଞ୍ଜନ କର । ଆଜି ରାଉରକେଲାରୁ ମୃତ ଶୁଭଶ୍ରୀଙ୍କ ପରିବାର ସଦସ୍ୟ ପ୍ରଥମେ ଯୋଡ଼ା ଥାନାରେ ପହଞ୍ଚିଥିଲେ । ଥାନାଧିକାରୀଙ୍କ ସହିତ ଦେଖା କରି ଶୁଭଶ୍ରୀଙ୍କ ଭଡ଼ା ଘର ଚାବି ନେଇ ସମସ୍ତ ଆସବାବପତ୍ର ପୋଲିସ ଉପସ୍ଥିତିରେ ଗ୍ରହଣ କରିଥିଲେ । ବକେୟା ପାଉଣା ଦେଇ ସମସ୍ତ ଆସବାବପତ୍ରକୁ ଘରକୁ ସ୍ଥାନାନ୍ତର କରିଥିବା ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସ ତଦନ୍ତର ସେ ସନ୍ତୁଷ୍ଟ ଥିବା କହିଥିବା ବେଳେ, ଭିସେରା ରିପୋର୍ଟ ମିଳିବା ପରେ ଥାନାରେ ଏଫଆଇଆର ଦେବେ ବୋଲି  ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି । ଏଥିସହ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି । ଗତ ୨୦୨୨ ଡିସେମ୍ବର ୨୦ ତାରିଖରେ ଶୁଭଶ୍ରୀ ଥାନାରେ କରିଥିବା ଅଭିଯୋଗ ସମ୍ପର୍କରେ ମଧ୍ୟ ସେ ଅବଗତ ଥିଲେ ।ଏବଂ ସେ ୨୧ତାରିଖରେ ଆସିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିବା କଥା ପ୍ରକାଶ କରିବା ସହିତ ପରସ୍ପର ଆଉ ସମ୍ପର୍କ ନ ରଖିବା ପାଇଁ ଉକ୍ତ ଚୁକ୍ତିପତ୍ରରେ ସ୍ବାକ୍ଷର ହୋଇଥିବା କହିଥିଲେ । ତାଙ୍କ ଝିଅ ଶୁଭଶ୍ରୀଙ୍କ ମଜବୁତ୍ ମାନସିକତା ଥିଲା । ସେ ଆତ୍ମହତ୍ୟା କରିଥିବା ଘଟଣାକୁ ବିଶ୍ୱାସ କରି ପାରୁନାହିଁ ବୋଲି କହିଥିଲେ । ସେ ଯୋଡ଼ାରେ ଥିବା ଶୁଭଶ୍ରୀଙ୍କ ଆସବାପତ୍ର ନେବା ସହିତ ଘର ମାଲିକଙ୍କୁ ଘର ହ୍ୟାଣ୍ଡ ଓଭର କରିବା ପାଇଁ ଆସିଥିବା ପ୍ରକାଶ କରିଥିଲେ ।  ପ୍ରକାଶ ଯୋଗ୍ୟ କି,ଶୁଭଶ୍ରୀ କର  ରୁଗୁଡି ସ୍ଥିତ ଏକ ଖଣି କମ୍ପାନୀରେ କାର୍ଯ୍ୟ କରୁଥିବା  ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହିତ ତାଙ୍କର ସଂପର୍କ ରହିଥିଲା । ଦିବ୍ୟରଞ୍ଜନ ବିବାହର ପ୍ରତିଶୃତି ଦେଇ ଶୁଭଶ୍ରୀଙ୍କ ସହିତ ଦୁଇ ଥର ଶାରୀରିକ ସମ୍ପର୍କ ରଖିଥିବା ନେଇ ଗତ ତା ୨୦/୧୨/୨୦୨୨ରିଖ ରେ ଶୁଭଶ୍ରୀ ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରି ଥିବା ଜଣାପଡିଛି ।ଗତ ତା ୩୧/୧୨/୨୦୨୨ ରିଖ  ରାତି ସମୟରେ ଶୁଭଶ୍ରୀ ତାଙ୍କର ୭ଜଣ ଅନ୍ୟ କର୍ମଚାରୀ ମାନଙ୍କ ସହିତ ନାଚ ଗୀତ କରି ନୂଆବର୍ଷ ପାଳନ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ପର ଦିନ ଅର୍ଥାତ୍ ଗତ ଜାନୁଆରୀ ୧ ତାରିଖ ସକାଳରେ ସେ ଆଉ ଉଠିନଥିଲେ ।ଭିତର ଆଡୁ କବାଟ ବନ୍ଦ ହୋଇଥିଲା ।ପରେ ପୋଲିସକୁ ଏ ନେଇ ଖବର ଦେବା ପରେ ପୋଲିସ କବାଟ ଭାଙ୍ଗି ଶୁଭଶ୍ରୀ ବିଛଣା ରେ ନିସ୍ତେଜ ଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ଏବଂ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇଥିଲା ।

Related Posts

About The Author

Add Comment