ମୁଁ ଆଉ ଦଳରେ ନାହିଁ: ଦାମୋଦର ରାଉତ
ଭୁବନେଶ୍ୱର,୧୧/୯ (ସନ୍ଧାନ ନିୟୁଜ) : : ଗଣମାଧ୍ୟରେ ସର୍ବଦା ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେଡି ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଙ୍ଗଳବାର ଆଉ ଏକ ବିସ୍ଫୋରକ ବୟାନ ରଖିଛନ୍ତି । ମୁଁ ଆଉ ଦଳରେ ନାହିଁ । ମୋ ଅଜାଣତରେ ମୋତେ ମନ୍ତ୍ରୀ ପଦରୁ, ଦଳୀୟ ଉପସଭାପତି ପଦରୁ ଓ ପର୍ୟ୍ୟବେକ୍ଷକ ପଦରୁ ବାହାର କରିଦେଇଛନ୍ତି । ମୋ ପାଖରେ ଆଉ କଣ ଅଛି? ଏଭଳି ପ୍ରଶ୍ନ କରିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ଦଳ ଜଣେ ଅଫିସର ଓ ୩ ଜଣ ବିଧାୟକ (ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଓ ପ୍ରଣବ ଦାସ) ଙ୍କୁ ନେଇ ଚାଲିଛି । ଦଳର ସଭାପତି ସବୁ ଜାଣିଛନ୍ତି। ସେ ଯାହା ନିଷ୍ପତ୍ତି ନେବେ ।
ସୂଚନାଯୋଗ୍ୟ, ପରାଦ୍ବୀପ ବିଧାୟକ ଦାମୋଦର ରାଉତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରି ବିଜୁ ଜନତା ଦଳ ଜଗସିଂହପୁର ଜିଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ନିକଟର ଫେରାଦ ହୋଇ ଦାମଙ୍କୁ ବହିଷ୍କାର ଦାବି କରିଥିଲେ ।
Related Posts
About The Author