ଯାଜପୁର ସଦର, ୨୩ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପାଂୟତର ଭଗବତୀପୁର ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମା ଭଗବତୀଙ୍କ ପୀଠସ୍ଥଳିରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ରିତିନିତି ଅନୁଯାୟୀ ମାଙ୍କ ପିଠ ସ୍ଥଳରେ କଳସାଧିବାସ କରାଯାଇ ମାଙ୍କ ବିଜୟ ସ୍ଥଳିରେ ଅଷ୍ଟପ୍ରହରର ଆସନ୍ତାକାଲି ଅନୁଷ୍ଟିତ ହେବାକୁ ଯାଉଚି । ଏହି ଅଷ୍ଟପ୍ରହରୀରେ ଅଧିବାସ କରାଯାଇ ନାମ ଦିଆଯିବା ସହିତ ବିଭିନ୍ନ କ୍ରିତ୍ତନ ମଣ୍ଡଳୀ ମାନଙ୍କ ଦ୍ୱାରା ସଂକ୍ରିର୍ତ୍ତନ କରାଯିବ । ମୁଖ୍ୟ କର୍ତ୍ତା ଗୌରାଙ୍ଗ ଚରଣ ମହାପାତ୍ର ସଂକଳ୍ପ କରିବା ସହିତ ଭଗବତୀପୁର ଗ୍ରାମବାସୀ ମାନଙ୍କ ଉଦ୍ୟମରେ ବହୁ ପୁରାତନ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଟିତ କରାଯାଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଧିବାସ କରାଯାଇ ଯଜ୍ଞମଣ୍ଡପ ପରିସରରେ ଅଷ୍ଟପ୍ରହରୀ କଳସ ସ୍ଥାପନ କରାଯିବା ସହିତ କିର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ୱାରା ହରେକୃଷ୍ଣ ହରେରାମ ଶ୍ରୀରାଧେ ଗୋବିନ୍ଦ ମହାପ୍ରଭୂଙ୍କୁ ସୁସୋଜିତ ସ୍ନାନ କରାଯାଇ ଯଜେ୍ଞାପବିତ୍ର ଗ୍ରହଣ କରାଯିବା ସହିତ ଗୌରାଙ୍ଗ ମହାପ୍ରଭୂଙ୍କୁ ବଡ଼ସିଂହାର ବେଶ କରାଯାଇ ମହାରାଜଙ୍କୁ ନାମଦେବେ ବିଭିନ୍ନ କିର୍ତ୍ତିନ ମଣ୍ଡଳୀ ଏଥରେ ଅଂଶ ଗ୍ରହଣ କରି କିର୍ତ୍ତିନ ପରିବେଶଣ କରିବେ । ଆସନ୍ତା ରବିବାରଦିନ ନଗର ଭ୍ରମଣ କରି ନଦୀଆବଡ଼ଦାଣ୍ଡରେ ନଗର ପରିକ୍ରମା ଅନୁଷ୍ଟିତ ହେବ ଏଥିରେ । କିର୍ତ୍ତନ ପ୍ରେମୀ ଏହ ଧର୍ମାନୁଷ୍ଠାନରେ ଯୋଗଦେବା ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।
ମା ଭଗବତୀଙ୍କ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହେବ
|
February 26, 2024 |