ମାନୁ ନାହାନ୍ତି ଲକଡାଉନ କଟକଣା, ବଢିପାରେ ସ୍ଥାନୀୟ ସଂକ୍ରମଣ!

Spread the love
  •  
  •  
  •  
  •  
  •  

ରାଉରକେଲା, ୨୪/୦୭/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ସମେତ ସାରନଗରୀ ଅଂଚଳରେ ଲକଡାଉନ କଟକଣାକୁ ଜନସାଧାରଣ ମୁହଁ ମୋଡ଼ି ଦେଇଥିବା ଦେଖିବାକୁ ମିଳିଛି । ହାଟ ହେଉକି ବଜାର, ସଉଦା ଦୋକାନ ହେଉକି କ୍ଷୀର ପାର୍ଲର ସବୁଠି ହାଉଜାଉ ହେଉଛନ୍ତି ଲୋକେ । କେଉଁଠି ଗ୍ରାହକଙ୍କ ମୁହଁରେ ମାସ୍କ ନାହିଁ ତ ପୁଣି କେଉଁ ଜାଗାରେ ଦୋକାନୀ ମାସ୍କ ବ୍ୟବହାର କରୁ ନାହାନ୍ତି । ଯାହା ଫଳରେ ସ୍ଥାନୀୟ ସଂକ୍ରମଣ ବଢିବା ସହ ଆଗକୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି! ଜରୁରୀ କାର୍ଯ୍ୟ ନଥିଲେ କରୋନା ପାଇଁ ଘରୁ ନ ବାହାରିବା ଲାଗି ସରକାରୀ ଭାବେ ପରାମଶ ଦିଆଯାଇଛି । ଏଥିସହିତ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଓ ମାସ୍କ ବ୍ୟବହାର ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିୟମକୁ ଜନସାଧାରଣ ଖୋଲାଖୋଲି ଭାବେ ଉଲ୍ଲଘନ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଛକ ବଜାରରେ ପ୍ରବଳ ଜନଗହଳି ଦେଖାଯାଉଛି । ପରିବା କିଣିବା ବେଳେ ରହୁନି ସାମାଜିକ ଦୂରତ୍ୱ । ପୁଲିସର କୋହଳ ମନୋଭାବ ଓ ପାଟ୍ରୋଲିଂ ଅଭାବରୁ ଲୋକେ ସରକାରୀ ନିର୍ଦ୍ଦେଶନାମାକୁ ମାନୁନଥିବା ଯୋଗୁ ଗୋଷ୍ଠୀ ସଂକ୍ରମଣ ବ୍ୟାପିକା ଆଶଙ୍କା ଉପୁଜିଛି । ସେହିପରି ଗାଁ ଗହଳିରେ ଲୋକେ ସାମାଜିକ ଦୂରତାକୁ ଉଲଂଘନ କରି ତାସ ଖେଳ ସମେତ ବିଭିନ୍ନ ପ୍ରକାର ଖେଳକୁଦରେ ଲିପ୍ତ ରହୁଥିବା ଦେଖାଯାଇଛି । ଦକ୍ଷିଣ ରାଉରକେଲାରେ ୧୮ଟି  କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି । କରୋନା ଭଳି ମହାମାରୀ ସମୟରେ ପୁଳିସ କଠୋର ଆଭିମୂଖ୍ୟ ଗ୍ରହଣ ନକଲେ ଜନସାଧାରଣ ସାମାଜିକ ଦୂରତା ନିୟକକୁ ପାଳନ କରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

Related Posts

About The Author

Add Comment