ମହିଳାକୁ କୁମ୍ଭୀର ମାରି ଖାଇଦେଲା

Spread the love

ଯାଜପୁର ସଦର,୧୦ା୧୦ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଂଚାୟତ କନ୍ତିଆ ଗ୍ରାମର ଜନେ ମହିଳା ନିତ୍ୟକ୍ରମ ପାଇଁ ଖରସ୍ରୋତା ନଦୀକୁ ଯାଇଥିବା ବେଳେ, ଛକି ରିହିଥିଲା କାଳଯମ ମଣିଷ ଖିଆକୁମ୍ଭୀର ଶେଷରେ ମହିଳାକୁ ଝାମ୍ପିନେଲା । ଏଠାରେ ସୂଚନା ଯୋଗ୍ୟ ଯେ, ସୌଦାମିନୀ ମହାଲା ନାମରେ ନାମିତ ରହିଥିବା ଏହି ମହିଳା ଜଣକ ବାସନ କୁସନ ମାଜି ଲୁଗା ଧୋଉଥିବା ସମୟରେ ନର ରାକ୍ଷାସ କୁମ୍ଭୀର ସୌଦାମିନୀକୁ ନଦୀ ମଧଧ୍ୟକୁ ଟାଣିନେଇଥିବା ବେଳେ, ବଞ୍ଚାଇଅ ବଞ୍ଚାଅ ବୋଲି ମହିଳା ଜଣକ ଚିତ୍କାର କରୁଥିବା ବେଳେ, ପାଖରେ ରହିଥିବା ଗ୍ରାମବାସୀ ମାନେ ସୌଦାମିନୀକୁ ବଞ୍ଚାବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଞ୍ଝାରପୁର ଦମକଳ ବାହିନୀ ଏବଂ ବରୀ ଦମକଳ ବାହିନୀ ମହିଳାକୁ ଖୋଜିଥିଲେ । ରାତି ଅଧିକ ହେବାରୁ ମହିଳାଙ୍କର ସନ୍ଧାନ ମିଳିନଥିଲା । ତହିଁପର ଦିନ ମହିଳାକୁ ଦମକଳ ବାହିନୀ ଖୋଜା ଖୋଜି କରିବାରୁ ବାଙ୍କିପାଳ ନିକଟରେ ମହିଳାଙ୍କର ଶବ ଉଦ୍ଧାର ହୋଇଥିଲା । ସୌଦାମିନୀଙ୍କ ଶରୀର କୁମ୍ଭୀର ଆକ୍ରମଣରେ କ୍ଷତ ବିକ୍ଷତ ହୋଇଥିବା ବେଳେ, ଘଟଣା ସ୍ଥଳରେ ବିଞ୍ଝାରପୁର ପୋଲିସ ପହଁଞ୍ôଚ ସୌଦାମିନୀର ଶବକୁ ଯାଜପୁର ପଠାଇଥିଲେ । ମହିଳାଙ୍କ ଶବକୁ ଗ୍ରାମକୁ ଅଣାଯିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ବରୀ ବିଧାୟକ ବିଶ୍ୱରଂଜନ ମଲିକ ଉପାଦକ୍ଷ ଅର୍ଚ୍ଚନା ମଲିକ ଘଟଣା ସ୍ଥଳାରେ ପହଁଞ୍ôଚ ସମବେଦନା ଜଣାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ପୂର୍ତ୍ତବିଭାଗ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଁଞ୍ôଚ ନଦୀକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ । ମୃତ ପରିବାରକୁ ସରକରଙ୍କ ପକ୍ଷରୁ ୧୦ଲକ୍ଷ ଟଙ୍କା ଦିଆଯିବ ବୋଲି ଶ୍ରୀ ପ୍ରଧନ ପ୍ରକାସ କରିଥିଲେ । ମୃତ ପରିବାରକୁ ୧ଲକ୍ଷ ଟଙ୍କ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବେଳେ, ବାକି ୯ଲକ୍ଷ ଟଙ୍କା ଦିଆଯିବ ବୋଲି ଜଣାଯାଇଚି ।

Related Posts

About The Author

Add Comment