ସୁନ୍ଦରଗଡ଼, ତା:୧୯/୯/୨୦୨୪ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ରାଜ୍ୟ ରେ ପୂର୍ଵ ସରକାର ଆମ ଓଡିଶା ନବୀନ ଓଡିଶା ମାଧ୍ୟମ ରେ ରାଜ୍ୟର ଗ୍ରାମାଞ୍ଚରେ ଉନ୍ନତିକୁ ନେଇ ଅନେକ କାର୍ଯ୍ୟ ଯଥା କଲ୍ୟାଣ ମଣ୍ଡପ,ଗୋଷ୍ଠୀ କେନ୍ଦ୍ର,ପ୍ରତୀକ୍ଷାଲୟ , ରାସ୍ତାଘାଟ ଦିଆଗଲା, ହେଲେ ତାହା ନୂତନ ସରକାର ଗଠନ ପରେ କାର୍ଯ୍ୟ ସୁପ୍ତ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନେକ ଉନ୍ନତି ମୂଳକ କାର୍ଯ୍ୟ ଅଧୋପନ୍ତରିଆ ହୋଇ ପଡି ରହିବା ସହିତ ମୁଲିଆ ମାନଙ୍କୁ ତାଙ୍କର ପାରିଶ୍ରମିକ ନ ମିଲବା ଅଞ୍ଚଳରେ କ୍ଷୋଭ ବଢ଼ାଇବାରେ ଲାଗିଛି । ଠିକାଦାର ସହିତ ବିଭାଗୀୟ କତୃପକ୍ଷଙ୍କ ମଧୂଚନ୍ଦ୍ରିକା ର ଗନ୍ଧ ବାରି ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ଏଭଲି ଏକ ଚିତ୍ର ବାଲିଶଙ୍କରା ବ୍ଲକ ଶାଗବାହାଲ ପଂଚାୟତରଶଙ୍କରାବାହାଲଗ୍ରାମଠାରେଦେଖିବାକୁମିଳିଛି।ଅଞ୍ଚଲରେଦିଆଯାଇଥିବା ମଣ୍ଡପ ଟିକୁ ଠିକାଦାର ନିମ୍ନମାନ ର ତିଆରି କରିଥିବା ବେଳେ ଅଧା ପନ୍ତରିଆ କରି ଛାଡି ଦେଇଥିବା ଦେଖିବାକୁ ମିଳିଛି l ଏହି ଗ୍ରାମ ର ଗ୍ରାମବାସିଙ୍କ ସୂଚନା ଅନୁସାରେ ଠିକାଦାର କେତେକ କାମ କରିଥିବା ମୁଲିଆ ମାନଙ୍କୁ କାମ କରିଥିବା ମଜୁରୀ ଟଙ୍କା ମଧ୍ୟ ଦେଇ ନ ଥିବା ସୂଚନା ମିଳିଛି l ଗ୍ରାମବାସି ଙ୍କ କହିବା ସୂଚନା ଅନୁସାରେ ଏହାର ଉଚିତ୍ ତଦନ୍ତ ହେବା ସହ ମଣ୍ଡପ ଟି ଅତି ଶୀଘ୍ର ତିଆରି କରିବାପାଇଁ ସରକାରଙ୍କୁ ଗୁହାରି କରିଥିବା ଜଣାପଡିଛି ।
ମଣ୍ଡପ ଟିକୁ ଠିକାଦାର ନିମ୍ନମାନ ର ତିଆରି କରିଥିବା ବେଳେ ଅଧା ପନ୍ତରିଆ କରି ଛାଡି ଦେଇଥିବା ଦେଖିବାକୁ ମିଳିଛି
|
September 20, 2024 |