ଭରସାମ୍ୟ ହରାଇ ଗଛରେ ପିଟିହେଲା କାଠ ବୋଝେଇ ଟ୍ରକ:  ଗୁରୁତର ଡ୍ରାଇଭର ମେଡିକାଲ ରେ ଭର୍ତ୍ତୀ 

Spread the love
ବାଲିଗୁଡା, ୦୭/୧୧/୨୦୨୧ (ସନ୍ଧାନ ନିଉଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିବାଲି ଛକ ନିକଟରେ ଶନିବାର ରାତ୍ରରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି | ଗାଡିଟି ରାୟଗଡା ଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏଭଳି ଘଟଣା ଟି ଘଟିଛି  l ଗାଡିର ନଂ.ଓଡି -୦୨-ଏଭି- ୦୭୨୮ ଭାରସାମ୍ୟ  ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହେବା ଫଳରେ ଚାଳକ ଜଣକ ଚାପି ହେଇ ଟ୍ରକ ଭିତରେ ରହିଯାଇଥିଲେ |ଖବର ପାଇ ତୁମୁଡିବନ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ l

Related Posts

About The Author

Add Comment