ସୁନ୍ଦରଗଡ଼ ତା:୦୯-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ବୟସ ୬୦ବର୍ଷ ଟପି ଗଲାଣି କିନ୍ତୁ ବୃଦ୍ଧଙ୍କୁ ମିଳିନି ବାର୍ଦ୍ଧକ୍ୟ ଭତ୍ତା l ବୃଦ୍ଧ ଙ୍କ କହିବା ଅନୁସାରେ ସେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଜିକରଣ (ଅନଲାଇନ )କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳି ନ ଥିବା ସେ କହିଛନ୍ତି l ବର୍ତମାନ ରାଜ୍ୟରେ ତଥା ଦେଶରେ ବିଜେପି ସରକାରଙ୍କ ଡବଲ ଇଞ୍ଜିନ ଶାସନ ଚାଲୁଥିବା ବେଳେ ବୃଦ୍ଧ ବୃଦ୍ଧା, ବିକଳାଙ୍ଗ, ତଥା ଅନ୍ୟାନ୍ୟ ଭତ୍ତା ଠିକ ହିସାବରେ ଠିକ ସମୟରେ ମିଳୁ ନ ଥିବା ସୂଚନା ରହିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମର ଉଦିତ ପ୍ରତାପ ଦେଓ ବୟସ ୬୦ବର୍ଷ ରୁ ଉର୍ଦ୍ଧ ହେବ ସେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଜିକରଣ (ଅନଲାଇନ )କରିଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ମିଳିନି ବାର୍ଦ୍ଧକ୍ୟ ଭତ୍ତା l ସେ ଜଣେ ଗରିବ ପରିବାର ର ହୋଇ ଥିବାରୁ ସେ ନିଜର ଆର୍ଥିକ ଅସୁବିଧା ରେ ପୀଡିତ ଥିବା କଥା କହିଛନ୍ତି l ପୁଅ ଓ ଝିଅ ଙ୍କୁ ବାହା କରି ସାରିଲା ପରେ ସେ ଦୁହେଁ ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିବା କହିଛନ୍ତି । ବାର୍ଦ୍ଧକ୍ୟ କାରଣରୁ ନିତିଦିନ ମଜୁରୀ କରିବା ତାଙ୍କ ପକ୍ଷରେ ହେଉ ନ ଥିବା ବେଳେ ସ୍ବାସ୍ଥ୍ୟ ଅନେକ ସମୟରେ ଅସୁସ୍ଥ ରହୁଥିବା ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିବା ଜଣାପଡିଛି ।
ବୟସ ୬୦ବର୍ଷ ବିତିଗଲାଣି ହେଲେ ମିଳିନି ବାର୍ଦ୍ଧକ୍ୟ ଭତ୍ତା
|
August 9, 2026 |



