ବୟସ ର ଅପରାହ୍ନ ରେ ତାସିଲା କେରକେଟା ଙ୍କ ପେଟ ର ଭୋକ  କୁ ବୁଝୁଛି କିଏ ? ନା ମିଳୁଛି ଭତ୍ତା  ନା ଅଛି  ଘର

Spread the love
ଯୋଡ଼ା ୩୦/୧୨/୨୦୨୨୨ (ସନ୍ଧାନ ନିଉଜ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଂଚାୟତ ର କେମ୍ପ ହଟିଂ (କୋଲ୍ହ ରୋଇଡା )ଗ୍ରାମରେ ସତୁରୀ ବର୍ଷିଆ ତାସିଲା କେରକେଟା ନାମକ ଜଣେ  ବେସାହାରା ବୃଦ୍ଧା ଏକାକୀ ରହୁଥିବା  ବେଳେ ତାଙ୍କର ଜୀବନ ବହୁ ଦୁଃଖ, କଷ୍ଟ ରେ ବିତୁଥିବା  ଦେଖିବାକୁ  ମିଳୁଛି | ତାଙ୍କର ଏବେ ନିଜର ବୋଲି କେହି ନ ଥିବା ବେଳେ ମାଗି ଯାଚି ଚଳି  ଜୀବନ ବଞ୍ଚାଇ ରଖିଥିବା  ଦେଖିବାକୁ ମିଳିଛି |  ନିଜ ସ୍ୱାମୀ ପନ୍ଦର ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ  ନା ତାଙ୍କୁ ସରକାର ଙ୍କ ତରଫରୁ ମିଳି ପାରୁଛି ବିଧବା ଭତ୍ତା, ନା ଏବେ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ?  କେବଳ ନିଜ ମୃତ୍ୟୁ କୁ ଅପେକ୍ଷା କରି ବଞ୍ଚିଛନ୍ତି  ତାସିଲା କେରକେଟା | ପୂର୍ବରୁ ତାସିଲା ଙ୍କ ତିନି ଝିଅ ଥିଲେ  କିନ୍ତୁ ସମସ୍ତେ  ବିଭିନ୍ନ ରୋଗ ରେ ମୃତ୍ୟୁ ବରଣ କରି ଯାଇଛନ୍ତି ବୋଲ ସେ ପ୍ରକାଶ କରିଛନ୍ତି | ତାଙ୍କୁ ନା ମିଳି ପାରୁଛି ବିପିଲ କାର୍ଡ ରେ ମିଳୁଥିବା ରାସନ  ନା  ବିଜୁ ପକ୍କାଘର, ସରକାର ଙ୍କ ସବୁ ଯୋଜନା ତାଙ୍କ ପାଈଁ ସ୍ବପ୍ନ ପାଲଟି ଯାଇଛି |  ସେ ତାଙ୍କ  ନିଜ ଭଙ୍ଗା ଘରେ ଏକା ରହୁଥିବା ବେଳେ ବର୍ଷା ଦିନ ଗୁଡିକ ରେ ଘରେ ପାଣି ପଶି ଯିବାରୁ ସେ ବହୁ ହଇରାଣ ହରକତ ହେଉଥିବା ପ୍ରକାଶ କରିଛନ୍ତି |  ରୋଇଡା ଗ୍ରାମ ପଂଚାୟତ ର ସରପଞ୍ଚ ଓ ୱାର୍ଡ ମେମ୍ବର ମାନଙ୍କୁ ସେ ନିଜେ ଅନେକ ଥର   ନିଜ ଦୁଃଖ କଥା ପଲ୍ଲୀ ସଭା ରେ କହିଥିଲେ ମଧ୍ୟ ତାଙ୍କ କଥା କୁ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ତାସିଲା କେରକେଟା | ତାସିଲା କେରକେଟା ଜଣେ  ଆଦିବାସୀ ବୃଦ୍ଧା ହୋଇ ଥିବା ବେଳେ, ସରକାର ଆଦିବାସୀ ମାନଙ୍କ ଉର୍ନ୍ନତି ପାଈଁ ସବୁ  ପ୍ରକାର ଯୋଜନା କରିଥିବା  ବେଳେ ରୋଇଡା ଭଳି ଗ୍ରାମ ପଂଚାୟତ ରେ ତାହା କାର୍ଯକାରୀ ହେଉ ନ ଥିବା  ଲୋକ ଙ୍କ ତରଫରୁ ଅଭିଯୋଗ ହେଉଛି | ଭତ୍ତା ଓ ଆବାସ ଯୋଜନା ଦାୟିତ୍ୱ ରେ ଥିବା ଯୋଡ଼ା ବ୍ଲକ ଅଧି କାରୀ ମାନେ ପ୍ରକୃତ ଲୋକ ଓ ହିତାଧିକାରୀ ଙ୍କୁ ଚି଼ହ୍ନଟ ନ କରି ବ୍ଲକ କାର୍ଯାଳୟ ରେ ବସି  ଫାଇଲ କାମ କରୁଥିବା ଲୋକ ମାନେ ଅଭିଯୋଗ କରିଛନ୍ତି | ତୁରନ୍ତ ତାସିଲା କେରକେଟା ଙ୍କୁ ବାର୍ଦ୍ଧକ୍ୟ କିମ୍ବା ବିଧବା ଭତ୍ତା ସାଙ୍ଗକୁ ରାସନ କାର୍ଡ ଓ ଏକ ବିଜୁ ପକ୍କାଘର ଯୋଗାଇ ଦେବାକୁ ଗ୍ରାମ ବାସୀ ମାନେ ଯୋଡ଼ା ବିଡ଼ିଓ ଓ କେନ୍ଦୁଝର ଜିଲ୍ଲାପାଳ ଙ୍କ ନିକଟରେ ନିଉଜ ମାଧ୍ୟମରେ ନିଜର ଦାବୀ ଜଣାଇ ଅଛନ୍ତି |

Related Posts

About The Author

Add Comment