ବୈବାହିକ ପଚାଶ ବର୍ଷ ପୁର୍ତ୍ତି ଅବସରରର ସବଡେଗାରେ ସାଂସ୍କୃତିକ କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ,( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ): ବୈବାହିକ ପଚାଶ ବର୍ଷ ପୁର୍ତ୍ତି ଅବସରରର ସବଡେଗାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମହାପ୍ରଭୁଙ୍କ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସବ ଡେଗାର ସୁଧୀର ନାଏକ ,ସମୀର ରଞ୍ଜନ ନାଏକ ଓ ମିନା ନାଏକ ଙ୍କ ପିତା ସୁବାଷ ଚନ୍ଦ୍ର ନାଏକ ଓ ମାତା ଭଜେଶ୍ୱରୀ ନାଏକ ଙ୍କ ବୈବାହିକ ପଚାଶ ବର୍ଷ ପୂର୍ଣ ଅବସରରେ ଗ୍ରାମବାସୀ ତଥା ନିଜର ଆତ୍ମୀୟ ସ୍ଵଜନଙ୍କ ସହିତ ମିଶି ହସ ଉଲ୍ଲାଶରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସବଡେଗାର ମା” ସରସ୍ଵତୀ କୀର୍ତ୍ତନ ମଣ୍ଡଳୀ ଓ କଲମୀ କୀର୍ତ୍ତନ ମଣ୍ଡଳୀ ସମ୍ବଲପୁର ଅଂଶ ଗ୍ରହଣ କରିଥିଲେ । ମହାପ୍ରଭୁଙ୍କ କୀର୍ତ୍ତନ ଭଞ୍ଜନରେ ଅଞ୍ଚଳବାସୀ ଭାବବିଭୋର ହୋଇ ପରିପାର୍ଶ୍ଵ ପ୍ରଭୁ ନାମ ସଞ୍ଚାର ହେବା ଦେଖାଦେଇଥିଲା । ପ୍ରଭୁ ନାମ ନେବା କାର୍ଯ୍ୟକ୍ରମ ତଥା ଅନେକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ବିଦ୍ୟୁତ କାଟ ହେବା କାରଣରୁ ଅଞ୍ଚଳରେ ଅସନ୍ତୋଷର ବାତା ବରଣ ସୃଷ୍ଟି ହୋଇଥିଲା । ବିଭିନ୍ନ କାରଣ ଦର୍ଶାଇ ବିଦ୍ୟୁତ ବିଭାଗୀୟ କତ୍ତୃପକ୍ଷ ପାର ହେଉଥିବା କାରଣରୁ ସବଡେଗା ଅଞ୍ଚଳବାସି ଅସନ୍ତୋଷ ଥିବା ବିଶେଷ ସୁତ୍ରରୁ ଜଣାପଡିଛି ।

Related Posts

About The Author

Add Comment