ଯାଜପୁର ସଦର, ୩୧ା୦୧: ଯାଜପୁର ଜିଲ୍ଲାର ବୃନ୍ଦାବନ ତ୍ରୀପାଠୀ ସ୍ମୃତି ସଂସଦ ଏବଂ ବଡ଼ଚଣା ସ୍ୱାଧିନତା ସଂଗ୍ରାମୀ ଜଗନ୍ନାଥ ମାନଧାତା ସ୍ମୃତି ପରିଷଦ ବିକ୍ରମତିରଣ ମିଳିତ ଆନୁକୁଲ୍ୟରେ ୭୫ତମ ସାଧାରଣତନ୍ତ୍ର ଦିବସ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା । ଏହ ଅବସରରେ ବନ୍ଦରେଶ୍ୱର ବଗଲାପଡ଼ିଆ ପରିଶରରେ ଆୟୋଜନ ହୋଇଥିବା ବେଳେ, ଏହି କାର୍ଯ୍ୟକ୍ରମରେ ବାବା ଭୟରବାନନ୍ଦା ସ୍ୱୟଂ ସାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ଅଧ୍ୟାପକ କବି ଜତିନ୍ଦ୍ର ରାଉତ ଯୋଗ ଦେଇଥିବା ବେଳେ, ସମ୍ମାନନୀୟ ଅତିଥି ବାଲିଚନ୍ଦ୍ରପୁର ଥାନା ଆଇଆଇସି ଶ୍ରୀମତୀ ପ୍ରମୋଦିନୀ ସାହୁ ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଶ୍ରୀମତୀ ସାହୁ ଯୁବ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜ କ୍ଷେତ୍ରରେ ଚର୍ଚ୍ଚା ଦେଶ ନିଜକୁ ଗଡ଼ିତୋଳିବାର ଆହ୍ୱାନ ଦେଇଥିଲେ । ଶ୍ରୀମତୀ ସାହୁ କହିଲେ ପୋଲିସ ସେବାରେ ନୁହେଁକି ସେନା ସେବାରେ ନୁହେଁ କୃଷି ଠାରୁ ଆରମ୍ଭକରି ବ୍ୟବସାୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସମାନ ଭାବେ ସେବା ମିଳିଲେ ବିକଶିତ ଭାତର ଯୁବ ଛାତ୍ର ମାନଙ୍କ ଦ୍ୱାରା ଗଡ଼ିହୋଇପାରିବ । ଅଧ୍ୟାପକ ଶ୍ରୀଯୁକ୍ତ ରାଉତ ତାଙ୍କ ଭାଷଣରେ କହିଲେ ବିଶ୍ୱଗୁରୁ ହେବାପାଇଁ ଯୁବପିଡ଼ିଙ୍କ ଉଦ୍ୟମ ରହିଚି ବୋଲି ଅବସରପ୍ରାପ୍ତ ସିଆରପିଏଫ ସବଇନିସ୍ପେକ୍ଟର ସୁରେନ୍ଦ୍ର ଖଟୁଆ, ଅବସରପ୍ରାପ୍ତ ଭାରତୀୟ ସେନା ଜବାନ ସନ୍ତୋଷ ମଲିକଙ୍କୁ ଏକାଡେମୀ ତରଫରୁ ଉପଢ଼ୌକନ ମାନପତ୍ର ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଥିଲା । ଛାତ୍ର ସତ୍ୟସ୍ୱରୁପ ନାୟକ ରାଷ୍ଟ୍ର ସଙ୍ଗୀତ ଗାନ କରିବା ସହିତ ଦେଶ ବିଷୟରେ ଉଦ୍ଧଭୋଦନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଦେବଦତ୍ତ ସାମଲ, ପ୍ରତାପ ଚନ୍ଦ୍ର ଧଳ, ଯୁବ ସମାଜସେବୀ ରଶ୍ମୀରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ବୃନ୍ଦାବନ ତ୍ରୀପାଠୀ ସ୍ମୃତି ସଂସଦ ଆନୁକଲ୍ୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ
|
February 3, 2024 |
